ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ଶ୍ୱାସରୁଦ୍ଧରେ ୨ମୃତ


ମଥୁରାର ବାଙ୍କେ ବିହାରୀ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ପାଇଁ ଆଳତି କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ଲୋକେ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଉର୍ତ୍ତି ହୋଇଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ଅନୁଯାୟୀ ସେଠାରେ ପାଦ ରଖିବାକୁ ବି ସ୍ଥାନ ନଥିଲା ଏବଂ ଆଳତି ସମୟରେ ଶ୍ୱାସରୁଦ୍ଧ ପ୍ରାରମ୍ଭ ହୋଇଥିଲା । ଏହି ମନ୍ଦିରରେ ବହୁ ଦେଶ ବିଦେଶରୁ ଲୋକମାନେ କୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଇଁ ଆସିଥାନ୍ତି । ଏହି ଅଘଟଣ ପ୍ରଥମଥର ପାଇଁ ଘଟିଛି ଏବଂ ସେହି ଗଟଣାର ତଦନ୍ତ ହେବ ବୋଲି ପୋଲିସ ପକ୍ଷରୁ ସୂଚାନ ପ୍ରଦାନ କରାଯାଇଛି ।


Share It

Comments are closed.