ଦରକାର ପଡିଲେ ଆମେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ସମର୍ଥନ କରିବୁ : ରାହୁଲ ଗାନ୍ଧୀ


କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଗମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଦାବୀଦାର କରାଇବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ବିରୋଧି ଦଳ ମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ କରି ସାଧାରଣ କିପରି ସହମତି ରକ୍ଷା କରାଯାଇପାରିବ, ସେଥିପାଇଁ ନିଶ୍ଚିତ ପ୍ରୟାସ କରାଯିବ ବୋଲି ଦଳ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଥିଲା । ଅପରପକ୍ଷରେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ସରକାର ଗଢିବାରେ କିପରି ରୋକ ଲଗା ଯାଇପାରିବା ସେଥିପାଇଁ ଆବଶ୍ୟକୀୟ ସମସ୍ତ ଜରୁରୀ ଏବଂ ଉଚିତ ପଦକ୍ଷପ ଗ୍ରହଣ କରାଯିବ ବୋଲି ରାହୁଲ ଗାନ୍ଧୀ ସୂଚନା ଦେଇ କହିଛନ୍ତି । ସେ ଏହା ବି କହିଛନ୍ତି ଯେ, ତାଙ୍କର ଏହି ୧୫ ବର୍ଷର ରାଜନୈତିକ ଅନୁଭବ ଭିତରେ ଦେଶର ଥିବା ସମସ୍ୟା ବେଶ ଭଲ ଭାବେ ବୁଝିପାରୁଛି ଏବଂ ଏହାର ଉଚିତ ସମାଧାନ ମଧ୍ୟ କରିପାରିବେ ।
କିନ୍ତୁ ଯଦି ଆବଶ୍ୟକ ପଡେ କଂଗ୍ରେସ ସେହି ଭଳି ସରକାରଙ୍କୁ ସମର୍ଥନ କରିବ, ଯିଏକି ବିଜେପି ଓ ଆରଏସଏସର ସରକାର କିମ୍ବା ତାଙ୍କ ସମର୍ଥିତ କୌଣସି ବି ସରକାରଙ୍କୁ ବାଧା ଦେଇ ପାରୁଥିବ ।
ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ଦ୍ୱାରା ରାହୁଲଙ୍କୁ କେତୋଟି ପ୍ରଶ୍ନ ପଚରାଯାଇଥିଲା
ପ୍ରଶ୍ନ ୧୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପି ବିରୋଧି ମେଣ୍ଟ ଦଳମାନଙ୍କର ପ୍ରଧାନମନ୍ତ୍ରୀ ହେବେ କି ନାହିଁ ?
ଉତ୍ତର – ଏହାର ଉତ୍ତର ରଖି ସେ କହିଛନ୍ତି ଯେ, ତାଙ୍କର ଏହି ୧୫ ବର୍ଷର ରାଜନୈତିକ ଅନୁଭବ ଭିତରେ ବର୍ତ୍ତମାନ ଦେଶର ଥିବା ସମସ୍ୟା ବେଶ ଭଲ ଭାବେ ବୁଝିପାରୁଛି ଏବଂ ଏହାର ଉଚିତ ସମାଧାନ ମଧ୍ୟ କରିପାରିବି
ପ୍ରଶ୍ନ ୨ ଆପଣ କୌଣସି ମହିଳାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ସ୍ୱୀକାର କରିବେ କି ?
ଉତ୍ତର – ଲୋକସଭା ନିର୍ବାଚନରେ ବିଜେପି ଏବଂ ଆରଏସଏସର ସରକାର ଗଢିବାରେ କିପରି ରୋକ ଲଗା ଯାଇପାରିବା ସେଥିପାଇଁ ଆବଶ୍ୟକୀୟ ସମସ୍ତ ଜରୁରୀ ଏବଂ ଉଚିତ ପଦକ୍ଷେପ ଗ୍ରହଣ କରିବେ ।
ପ୍ରକାଶ ଥାଉ କି ବର୍ତ୍ତମାନ ବିଏସପି ସୁପ୍ରିମୋ ମାୟାବତି ଏବଂ ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ନିଜକୁ ଦାବିଦାର ବୋଲଉଛନ୍ତି ।


Share It

Comments are closed.