ଖରା ଦିନେ ମୁହଁରେ ଚମକ ଆଣିବା ପାଇଁ ନିଶ୍ଚୟ ଲଗାନ୍ତୁ ଏହି ତିନୋଟି ଜିନିଷ


ସୁନ୍ଦର ତ୍ବଚା ସମସ୍ତଙ୍କୁ ପସନ୍ଦ । ପାଣିପାଗ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁଁ ମୁହଁରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଯଦି ଆପଣ କିଛି ଟିପ୍ସକୁ ଧ୍ୟାନରେ ରଖିବେ ତେବେ ଆପଣଙ୍କ ମୁହଁ ଦାଗହୀନ ଏବଂ ଚମକଦାର ଦେଖାଯିବ । ତେବେ ଆସନ୍ତୁ ଜାଣିବା ୩ଟି ଜିନିଷ ବିଷୟରେ ଯାହା ଆପଣ ଗରମ ଦିନେ ବ୍ୟବହାର କରିବା ଉଚିତ ।

ଗରମ ଦିନେ ତ୍ବଚାକୁ ଶୁଖିଲାପଣରୁ ରକ୍ଷା କରିବା ପାଇଁ ଆପଣ ଚନ୍ଦନର ବ୍ୟବହାର କରିପାରିବେ । ଆପଣଙ୍କ ତ୍ବଚାକୁ ଟ୍ୟାନ୍‌ରୁ ମୁକ୍ତି ଦେବା ପାଇଁ ଗରମ ଉପରେ ପ୍ରଭାବ ପକାଉଥିବା ଜିନିଷ ଖାଇବା ଉଚିତ୍ । ତ୍ବଚାକୁ ଥଣ୍ଡା ରଖିବା ପାଇଁ ଚନ୍ଦନର ବ୍ୟବହାର କରିପାରିବେ । ଚନ୍ଦର ପାଉଡରରେ ଥଣ୍ଡା ପାଣି ମିଶାଇ ସେହି ଲେପକୁ ଆପଣ ମୁହଁରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ମୁହଁକୁ ଥଣ୍ଡା ମିଳିବ ଏବଂ ଟ୍ୟାନ୍ ମଧ୍ୟ ଦୂର ହେବ ।

ଏହା ବ୍ୟତୀତ ଆପଣ ମହୁ ଏବଂ ହଳଦୀ ମଧ୍ୟ ତ୍ବଚା ପାଇଁ ବ୍ୟବହାର କରିପାରିବେ । ଗରମ ଦିନରେ ତ୍ବଚାରେ ମହୁ ଏବଂ ହଳଦୀ ଲଗାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ଆପଣଙ୍କ ତ୍ବଚା ରାସେସ୍ ମୁକ୍ତ ରହିବ ।

ଏହା ବ୍ୟତୀତ କଦଳୀ କେଶ ଏବଂ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ । କଦଳୀରେ ଭିଟାମିନ୍ ଇ, ଭିଟାମିନ୍ ବି, ଭିଟାମିନ୍ ଏ, ପୋଟାସିୟମ୍ ଥାଏ । ଯାହା ତ୍ବଚାକୁ ପ୍ରାକୃତିକ ଭାବରେ ହାଇଡ୍ରେଟ୍ କରିଥାଏ ଏବଂ ତ୍ବଚା କୋଷଗୁଡିକ ମଧ୍ୟ ରିପେୟାର ହୋଇଥାଏ ।

ଏହାସହ ଗରମ ଦିନେ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । କାରଣ ଜଳ ଅଭାବର ପ୍ରଭାବ ମଧ୍ୟ ମୁହଁରେ ଦେଖାଯାଏ । ଏହା ଦ୍ବାରା ମୁହଁରୁ ଚମକ ମଧ୍ୟ ଗାୟବ ହୋଇଯାଏ । ଏମିତି ଫଳ ଖାଆନ୍ତୁ ଯାହାଦ୍ବାରା ଆପଣଙ୍କ ଶରୀରକୁ ଜଳ ମିଳୁଥିବ ।


Share It

Comments are closed.