ଆପଣଙ୍କୁ ଠିକରେ ନିଦ ଆସୁନି କି ? ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ


ବେଳେ ବେଳେ ଏପରି ହୋଇଥାଏ ଯେ, ସମୟ ଥିଲେ ମଧ୍ୟ ଚିନ୍ତା କାରଣରୁ ଭଲ ଭାବେ ନିଦ ହୋଇନଥାଏ। ମାନସିକ ଓ ଶାରିରୀକ ଶାନ୍ତି ପାଇଁ ୬ ରୁ ୭ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଏତଦ ବ୍ୟତୀତ ରାତିରେ ନିଜ ଖାଦ୍ୟରେ ଏପରି କିଛି ଖାଦ୍ୟଦ୍ରବ୍ୟ ସାମିଲ କରନ୍ତୁ ଯେଉଁଥିରେ ଥିବା ପୋଷକ ତତ୍ତ୍ୱ ଭଲ ନିଦ ହେବାରେ ସାହାଯ୍ୟ କରେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ। ଜାଣନ୍ତୁ ଏ ବିଷୟରେ
ଅଖରୋଟ –
ଅଖରୋଟରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଫସଫରସ ଆଦି ରହିଛି। ଯାହା ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ସହଜରେ ନିଦ ହୋଇଥାଏ।
କ୍ଷୀର –
ନିୟମିତ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦ ହେବାକୁ ସାହାଯ୍ୟ କରିବା ସହ ଅନିଦ୍ରା ସମସ୍ୟାକୁ ଦୂର କରେ।
ବାଦାମ –
୨୮ ଗ୍ରାମ ବାଦାମରେ ପ୍ରାୟ ୩୨ ଭାଗ ମ୍ୟାଗ୍ନେସିୟମ, ୧୭ ପ୍ରତିଶତ ରାଇବୋଜିୟମ, ୧୪ ପ୍ରତିଶତ ଫସଫରସ ରହିଛି। ଏହି ସମସ୍ତ ତତ୍ତ୍ୱ ଶରୀରରେ ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ।
କିୱି –
ଏକ ମଧ୍ୟମ ଧରଣର କିୱିରେ ପ୍ରାୟ ୫୦ କ୍ୟାଲୋରୀ ଓ ୩୮ ପ୍ରତିଶତ ଭିଟାମିନ କେ ରହିଛି। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ଗୋଟିଏ କିୱି ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ଫେଟି ମାଛ –
ଫେଟି ମାଛରେ ଓମେଗା ୩, ଫେଟି ଏସିଡ଼, ଡ଼ିଏଚ୍‍ଏ ରହିଛି। ଯାହା ମାନସିକ ଅବସ୍ଥାକୁ ସୁସ୍ଥ ରଖେ। ମାନସିକ ସୁସ୍ଥ ରହିବା କାରଣରୁ ଆପଣଙ୍କୁ ଭଲ ନିଦ ହୋଇଥାଏ।


Share It

Comments are closed.