ନିର୍ବାଚନୀ ଫଳାଫଳ ଘୋଷଣା ହେବା ପୂର୍ବରୁ ହ୍ୱାଇଟ ହାଉସରୁ ଜିନିଷ ଖାଲି କରୁଛନ୍ତି ଟ୍ରମ୍ପ, ଭିଡିଓ ଭାଇରାଲ


ଆମେରିକା ନିର୍ବାଚନର ଫଳାଫଳ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇଛି । ହେଲେ ବର୍ତ୍ତମାନର ଟ୍ରେଣ୍ଡକୁ ଦେଖିଲେ ଜୋ ବାଇଡେନ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ । ଆଉ ଖୁବଶୀଘ୍ର ବାଇଡେନଙ୍କ ହାତକୁ ଯିବ ହ୍ୱାଇଟ ହାଉସ । ହେଲେ ଫଳାଫଳ ପ୍ରକାଶ ପାଇନଥିବା ବେଳେ ନିଜର ପରାଜୟ ସ୍ୱୀକାର କରିସାରିଲେଣି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରି ସ୍ଥଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ହ୍ୱାଇଟ ହାଉସ ବାହାରେ ଏକ ଟ୍ରକ ଛିଡା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନନେଇ ଇଣ୍ଟରନେଟ ୟୁଜରମାନେ ବିଭିନ୍ନ ପ୍ରକାର ଆକଳନ ଓ କମେଣ୍ଟ ଦେଇଛନ୍ତି । ହ୍ୱାଇଟ ହାଉସ ବାହାରେ ଛିଡା ହୋଇଥିବା ଏହି ଟ୍ରକର ଦୃଶ୍ୟକୁ ଦେଖି ସୋସିଆଲ ମିଡିଆରେ କୁହାଯାଉଛି କି ପରାଜୟ ନିକଟତର ହେଉଥିବା ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଭିଡିଓକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟ ବନିଯାଇଛନ୍ତି । ଏମାନଙ୍କୁ ନେଇ ସୋସିଆଲ ମିଡିଆରେ ବହୁ କମେଣ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏବେ ଯାଏଁ ୫୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୩ ହଜାରରୁ ଅଧିକ ଲୋକ ରି-ଟ୍ୱିଟ କରିଛନ୍ତି ।

ତେବେ ସବୁଠୁ ବଡକଥା ହେଲା ଟ୍ରମ୍ପ ଗୋଟିଏ ପଟେ ନିଜର ପରାଜୟ ପରେ ମଧ୍ୟ ହ୍ୱାଇଟ ହାଉସ ଛାଡିବେ ନାହିଁ ବୋଲି ଦାବି କକରୁଥିବା ବେଳେ ଅନ୍ୟପଟେ ହ୍ୱାଇଟ ହାଉସ ଛାଡିବାକୁ ପ୍ରସ୍ତୁତ ହେଉଥିବା ଏହି ଭିଡିଓ ବୟାନ କରୁଛି ବୋଲି ସୋସିଆଲ ମିଡିଆ ୟୁଜର୍ସ ମାନେ କହିଛନ୍ତି ।


Share It

Comments are closed.