ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ, ମାୟାଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା


ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ଗସ୍ତରେ ଯାଇଛନ୍ତି। ନେପାଳର ଲୁମ୍ବିନୀରେ ପହଞ୍ଚି ମୋଦି ତାଙ୍କର ସମକକ୍ଷ ଶେର ବାହାଦୂର ଦେଓବାଙ୍କ ସହ ସାକ୍ଷାତ କରିଛନ୍ତି। ଦୁଇ ନେତା ମହାମାୟା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମାୟାଦେବୀ ମନ୍ଦିରରେ ମୋଦି ପୁଷ୍କର୍ଣା ପୁଷ୍କରିଣୀ ପରିକ୍ରମା କରିବା ସହ ପବିତ୍ର ବୋଧି ବୃକ୍ଷ ମୂଳେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି। ତେବେ ନେପାଳରୁ ଫେରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ନେତାଙ୍କ ସହ ବୈଠକ କରିବେ। ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନେପାଳରେ ବୁଦ୍ଧିଷ୍ଟ କଲଚର ଏବଂ ହେରିଟେଜ ସେଣ୍ଟରର ଶିଳାନ୍ୟାସ କରିବେ। ଲୁମ୍ବିନୀସ୍ଥିତ ମାୟା ଦେବୀ ମନ୍ଦିରରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ଲୁମ୍ବିନୀ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏହାସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି।

ନେପାଳ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବ। ନେପାଳ ସହିତ ଭାରତ ସଂପର୍କ ବହୁ ପୁରୁଣା । ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଜବୁତ ଅଛି ।

 


Share It

Comments are closed.