ସ୍ବାସ୍ଥ୍ୟ ସହିତ ଆପଣଙ୍କ ସ୍କିନ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ ଗ୍ରୀନ ଟୀ


ସ୍ୱାସ୍ଥ୍ୟ ପାଇଁ ଗ୍ରୀନ ଟି ଉପକାରୀ। ସେହିଭଳି ତ୍ୱଚା ପାଇଁ ମଧ୍ୟ ଏହା ଖୁବ ଲାଭଦାୟକ। ବିଶେଷ କରି ଯେଉଁମାନଙ୍କର ବ୍ରଣ ଜନିତ ସମସ୍ୟା,ଦାଗ,ତେଲିଆ ତ୍ୱଚା ସେମାନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ। ତେବେ ଗ୍ରୀନ ଟିର ବ୍ୟବହାର କରିପାରିବେ। ଗ୍ରୀନ ଟିରେ ଅନେକ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ତ୍ୱଚାରୁ ବିଷାକ୍ତ ପଦାର୍ଥ , ଦାଗ, ଅନେକ ସମସ୍ୟା ଦୂର କରିଥାଏ।

ଗ୍ରୀନ ଟି ଓଜନ ହ୍ରାସ ପାଇଁ ସହାୟକ ହୋଇଥିବା ସହ ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ। ଘରେ ଏଭଳି କରନ୍ତୁ ଗ୍ରୀନ ଟି ଫେସିଆଲ୍‍ …..
ପ୍ରଥମେ ଏକ ତୁଳାରେ କିଛି କଞ୍ଚା କ୍ଷୀର ନେଇ ମୁହଁକୁ ଭଲ ଭାବେ ସଫା କରନ୍ତୁ।

ଏହାପରେ ଗ୍ରୀନ ଟି ବ୍ୟାଗ୍‍ ରୁ ପତି କାଢି ଏଥିରେ ସାମାନ୍ୟ ଚିନି ଓ ପାଣି ମିଶାନ୍ତୁ। ଏହାକୁ ମୁହଁରେ କିଛି ସମୟ ମାଲିସ କରନ୍ତୁ। କିଛି ସମୟ ରଖିବା ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଏହାକୁ କିଛି ଦିନ ଯାଏଁ ଫ୍ରିଜରେ ରଖି ମଧ୍ୟ ବ୍ୟବହାର କରିପାରିବେ।
ଏକ ପାତ୍ରରେ ଏକ ଚାମଚ ମହୁ ଓ ଏକ ଚାମଚ ଗ୍ରୀନ ଟି ମିଶାଇ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ୧୦ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।

ଏହାପରେ ଏକ ପାତ୍ର ଗ୍ୟାସରେ ବସାଇ କିଛି ପାଣି ନେଇ ଏକ ଚାମଚ ଗ୍ରୀନ ଟି ପକାଇ ଫୁଟାନ୍ତୁ। ଏହାକୁ ଛାଣି ଥଣ୍ଡା କରି ଏଥିରେ ମୁଲତାନୀ ମାଟି, ଅଳ୍ପ ଘିକୁଆଁରୀ ରସ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।


Share It

Comments are closed.