ଗୁଗୁଲ ମ୍ୟାଚ ଜରୀଆରେ କିପରି ସଞ୍ଚୟ କରିବେ ଟୋଲ ଟଙ୍କା, ଜାଣନ୍ତୁ ଏହି ସହଜ ଉପାୟ


ଗୁଗୁଲ୍ ମ୍ୟାପ୍ସ ଆପଣଙ୍କୁ କେବଳ ରାସ୍ତା ଦେଖାଇବ ତାହା ନୁହେଁ ବରଂ ଏହି ଆପ୍ ମାଧ୍ୟମରେ ଆପଣ ନିଜ ଟଙ୍କା ସଞ୍ଚୟ କରିପାରିବେ । ଆପଣଙ୍କ ଯାତ୍ରା ପାଇଁ ଏହା ଆପଣଙ୍କୁ ଏପରି ମାର୍ଗ ଦେଖାଇବ ଯେଉଁଥିରେ ଆପଣ ଆପଣଙ୍କର ଟୋଲ୍ ଟଙ୍କା ସଞ୍ଚୟ କରିପାରିବେ । କେବଳ ସେତିକି ନୁହେଁ ଅଧିକ ଟ୍ରାଫିକରୁ ମଧ୍ୟ ମୁକ୍ତି ପାଇପାରିବେ । ଆମେ ସମସ୍ତେ ଜାଣିଛେ ଗୁଗୁଲ୍ ମ୍ୟାପ୍ସ ହେଉଛି ଏକ ନେଭିଗେସନ୍ ଆପ୍ । ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ଏହା ହେଉଛି ଗୁଗୁଲର ଏକ ଆପ୍ ଯାହା ଫୋନରେ ପ୍ରି-ଇନଷ୍ଟଲ୍ ହୋଇଛି । ଯେତେବେଳେ ଲୋକମାନେ କୌଣସି ସ୍ଥାନକୁ ଯିବା ଆସିବା କରନ୍ତି ସେତେବେଳେ ଏହି ଆପ୍ ମାଧ୍ୟମରେ ଲୋକମାନଙ୍କୁ ରାସ୍ତା ଖୋଜିବା ସହଜ ହୋଇଥାଏ । ମୋବାଇଲ୍ ବ୍ୟବହାରକାରୀ ନିଜ ଫୋନରେ ଯେକୌଣସି ସ୍ଥାନକୁ ସହଜରେ ଯିବା ପାଇଁ ରାସ୍ତା ଦେଖିପାରିବେ । ଆପଣ କେଉଁ ରାଜପଥ ଏବଂ ସହରର ଛୋଟ ବଡ ରାସ୍ତା ଅତିକ୍ରମ କରିବେ ତାହା ଏହି ଆପ୍ ମାଧ୍ୟମରେ ଆପଣ ଜାଣିପାରନ୍ତି । ଏହି ଆପର ଲାଭ କେବଳ ଏତିକି ନୁହେଁ ବରଂ ଏହା ଆପଣଙ୍କ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ଏବଂ ଟୋଲ୍ ପ୍ଲାଜା ସହ ଜନଗହଳିପୂର୍ଣ୍ଣ ରାଜପଥରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଗୁଗୁଲ୍ ମ୍ୟାପ୍ ଏଥିରେ ଆପଣଙ୍କୁ ସାହାଯ୍ୟ କରିବ । ଆପଣଙ୍କ ଯାତ୍ରା ପାଇଁ ଏହା ଆପଣଙ୍କୁ ଏପରି ମାର୍ଗ କହିବ ଯେଉଁଥିରେ ଆପଣ ଆପଣଙ୍କର ଟୋଲ୍ ଟଙ୍କା ଆରାମରେ ସଞ୍ଚୟ କରିପାରିବେ । ଏଥିସହ ଟ୍ରାଫିକ ଜାମ ସମସ୍ୟାରୁ ମଧ୍ୟ ଆପଣ ମୁକ୍ତି ପାଇପାରିବେ । କିଛି ସହଜ ପଦକ୍ଷେପ ଅନୁସରଣ କରି ଟୋଲ୍ ଏବଂ ରାଜପଥକୁ ଏଡାଇବା ପାଇଁ ଆପଣ ଗୁଗୁଲ୍ ମ୍ୟାପ୍ ଆପଣଙ୍କ ହିସାବରେ ସେଟ୍ କରିପାରିବେ । ଯାହା ଆପଣଙ୍କ ଯାତ୍ରାକୁ ସହଜ କରିଦେବ । ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ହେବ ସେ ବିଷୟରେ ଆପଣଙ୍କୁ ଜଣାଇବୁ ।
1. ସର୍ବପ୍ରଥମେ ଆପଣଙ୍କ ଆଣ୍ଡ୍ରଏଡ କିମ୍ୱା ଆଇଫୋନରେ ଗୁଗୁଲ୍ ମ୍ୟାପ୍ ଆପ୍ଲିକେସନ୍ ଖୋଲନ୍ତୁ ।
2. ଏହା ପରେ ଆପଣଙ୍କର ଯାତ୍ରା ଆରମ୍ଭ ଏବଂ ଗନ୍ତବ୍ୟ ସ୍ଥାନ ପ୍ରବେଶ କରନ୍ତୁ ।
3. ଏହା ପରେ ମୋବାଇଲ୍ ସ୍କ୍ରିନ୍ ର ଉପର ଡାହାଣ କୋଣରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ ।
4. ମେନୁ ଖୋଲିବା ପରେ ଆପଣ ମେନ୍ୟୁରେ ଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
5. ଏହି ଟର୍ନ୍ ପରେ ଟୋଲ୍ ଠାରୁ ଦୂରେଇ ରୁହନ୍ତୁ ଏବଂ ମୋଟରୱେ ଅପ୍ସନ୍ ଠାରୁ ଦୂରେଇ ରୁହନ୍ତୁ ।

ଭବିଷ୍ୟତ ଭ୍ରମଣରେ ମଧ୍ୟ ସେଟିଂ ଉପଯୋଗୀ ହେବ

ସମସ୍ତ ସେଟିଂ ଶେଷ କରିବା ପରେ, ଗୁଗୁଲ୍ ମ୍ୟାପ୍ ଆପଣଙ୍କୁ ସେହି ରାସ୍ତା ଦେଖାଇବ ଯେଉଁଥିରେ ଆପଣ ଆପଣଙ୍କର ଟୋଲ୍ ଟଙ୍କା ସଞ୍ଚୟ କରିବେ । ଯଦି ଆପଣ ଏହି ସେଟିଂ ଟର୍ନ୍ ଅନ୍ କରନ୍ତି, ଗୁଗୁଲ୍ ମ୍ୟାପ୍ସ ଆପଣଙ୍କର ପସନ୍ଦ ଗୁଡ଼ିକୁ ମନେ ରଖିବ । ଭବିଷ୍ୟତରେ ଆପଣଙ୍କର ଯାତ୍ରା ପାଇଁ ଗୁଗୁଲ୍ ମ୍ୟାପ୍ ସ୍ୱୟଂଚାଳିତ ଭାବରେ ଟୋଲ୍ ଏବଂ ରାଜପଥ ପପଡିବା ରାସ୍ତା ଦେଖାଇବ । ଯଦି ଆପଣ ନିଜର ପୁରୁଣା ସେଟିଙ୍ଗକୁ ପୁଣିଥରେ ଫେରିବାକୁ ଚାହୁଁଛନ୍ତି ତେବେ ମୋଟରୱେ ବିକଳ୍ପରୁ ଦୂରେଇବାପାଇଁ ଅପ୍ସନରେ କ୍ଲିକ୍ କରିପାରିବେ । ଯଦିଓ ଟୋଲ୍ ଏବଂ ରାଜପଥ ରାସ୍ତାକୁ ବାଦ ଦେଇ ଗଳି ରାସ୍ତାରେ ଯିବା ଦ୍ୱାରା ଆପଣଙ୍କ ଯାତ୍ରା ସମୟ ବଢିଥାଏ କିନ୍ତୁ ଅନ୍ୟ ଫାଇଦା ମଧ୍ୟ ରହିଛି । ଯାହା ଆପଣଙ୍କ ଟୋଲ୍ ଟଙ୍କାକୁ ସଞ୍ଚୟ କରିବ ।


Share It

Comments are closed.