ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଗୁଲାମ ନବୀ ଆଜାଦ୍‌, ଖୁବ ଶୀଘ୍ର ଗଠନ କରିବେ ଦଳ


ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଆଗାମୀ ୨୦ ଦିନରେ ଜାତୀୟ ରାଜନୈତିକ ଦଳ ଗଠନ କରିବେ। ଜମ୍ମୁ-କଶ୍ମୀରରେ ଯେତେବେଳେ ନିର୍ବାଚନ ହେବ, ସେତେବେଳେ ଆଜାଦ୍‌ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କୁହାଯାଉଛି। କଂଗ୍ରେସ ରାଜ୍ୟ ୟୁନିଟର ପୂର୍ବତନ ଉପ-ସଭାପତି ଜିଏମ ସରୋରି ଏକଥା କହିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଧର୍ମନିରପେକ୍ଷ ଦଳ ହେବ, ଯାହାକି ଆମର ବିଚାରଧାରା ଅଟେ। ଏହା ସହିତ ଆମ ସଂଶ୍ପର୍ଷରେ ଆସୁଥିବା ସମସ୍ତ ଲୋକଙ୍କ ଆଦର୍ଶ ଓ ବିଚାରଧାରା ମଧ୍ୟ ସମାନ ଅଟେ।

ସରୁରୀ କହିଛନ୍ତି ଯେ, ଆଜାଦ୍‌ଙ୍କ ସମର୍ଥନରେ ପୌର ପରିଷଦ, ପଞ୍ଚାୟତ ସଦସ୍ୟ ଏବଂ ବ୍ଳକ ସ୍ଥର ନେତାଙ୍କ ସମେତ କଂଗ୍ରେସର ୫୦୦ରୁ ଅଧିକ ନେତା ଦଳରୁ ଇସ୍ତଫା ଦେଇସାରିଛନ୍ତି। ଆଗାମୀ ଦିନର ଦେଶର ସବୁ କଂଗ୍ରେସ ନେତା ଆଜାଦଙ୍କୁ ସମର୍ଥନ କରି ଦଳରୁ ଇସ୍ତଫା ଦେବାକଥା କହିଛନ୍ତି ସୁରୁରୀ। ନଭେମ୍ବର ୨୫ ପରେ ଭୋଟର ତାଲିକାର ବିଶେଷ ଯାଞ୍ଚ ସମାପ୍ତ ହେବା ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି, ତେଣୁ ଆଜାଦଙ୍କ ଧ୍ୟାନ ସେଠାରେ ରହିଥିବା କୁହାଯାଇଛି।

କଂଗ୍ରେସ ୟୁନିଟର ପୂର୍ବତନ ଉପ-ସଭାପତି ସରୋରୀ କହିଛନ୍ତି ଯେ ନୂତନ ଦଳ ସମସ୍ତ ୯୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଆମେ ନିଶ୍ଚିତ ଯେ ଆଜାଦ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏହା ପୂର୍ବରୁ ଜଣାଥିଲା ଯେ, ଗୁଲାମ ନବୀ ଆଜାଦଙ୍କ ପରେ ରବିବାର ଦିନ ସରୋରୀଙ୍କ ନେତୃତ୍ୱରେ ଏକ ବୈଠକ ହେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଶହ ଶହ ନେତା ଓ କର୍ମୀ। ଅଗଷ୍ଟ ୨୬ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଆଜାଦ ସେପ୍ଟେମ୍ବର ୪ରେ ଜାମ୍ମୁରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ନିଜେ ଜାମ୍ମୁ କାଶ୍ମୀରରେ ଏକ ନୂତନ ଦଳ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।


Share It

Comments are closed.