କିନ୍ନରଙ୍କ ଠାରୁ ରାକ୍ଷୀ ପିନ୍ଧି ପୁଣିଥରେ ଉଦାହରଣ ବନିଲେ ଗମ୍ଭୀର


ଭାଇ-ଭଇଣୀଙ୍କର ଅତୁଟ ସଂପର୍କ, ପ୍ରେମ ଓ ସମର୍ପଣର ପର୍ବ ରାକ୍ଷୀ ପୂର୍ଣ୍ଣମାର ଏକ ବିଶେଷ ମହତ୍ୱ ରହିଥାଏ । ସଂସାରରେ ଯଦି ସବୁଠାରୁ ସ୍ନେହପୂର୍ଣ୍ଣ ସଂପର୍କ କିଛି ରହିଥାଏ, ତାହା ହେଉଛି ଭାଇ ଭଉଣୀର ସଂପର୍କ । ଗତ କାଲି ସାରା ଦେଶରେ ରାକ୍ଷୀକୁ ବହୁତ ଧୁମଧାମରେ ପାଳନ କରାଯାଇଥିବା ବେଳେ ଭାରତର ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀର ନିଆରା ଏକ ଢଙ୍ଗରେ ରାକ୍ଷୀକୁ ପାଳନ କରିଛନ୍ତି ।
ସବୁବେଳେ ନିଜର ଦେଶାତ୍ମକ ବୋଧ ଚିନ୍ତାଧାରା ଏବଂ ସାମାଜିକ କାର୍ଯ୍ୟକ୍ରମ ଦ୍ୱାରା ଚର୍ଚ୍ଚାରେ ରହିଆସୁଥିବା ଭାରତର ପୂର୍ବତ୍ତନ ବାମହାତୀ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଏବେ ପୁଣି ନିଜର କାର୍ଯ୍ୟ ଦ୍ୱାରା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଭାଇ-ଭଉଣୀଙ୍କର ପ୍ରେମର ପର୍ବ ରାକ୍ଷୀରେ ଗୌତମ ଏଭଳି ଏକ କାମ କରିଛନ୍ତି, ଯାହା ବିଷୟରେ ଆପଣ ଶୁଣିଲେ ତାଙ୍କୁ ସଲାମ କରିବାକୁ ପସନ୍ଦ କରିବେ । ପ୍ରକାଶ ଥାଉକି ରାକ୍ଷୀ ଅବସରରେ ଏକ ରିଡିଓ ଚ୍ୟାନେଲ ଦ୍ୱାରା ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଗମ୍ଭୀର ଯୋଗ ଦେବା ପାଇଁ ସେଠାରେ ପହଞ୍ଚିଥିଲେ । ସେଠାରେ ସେ ପହଞ୍ଚିବା ପୂର୍ବରୁ ଅବିନା ଅହର ଏବଂ ସିମରନ ଶେଖ ନାମକ ଦୁଇ କିନ୍ନର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ରାକ୍ଷୀ ଅବସରରେ ରେଡିଓ ଦ୍ୱାରା ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଗୌତମ କେବଳ କିନ୍ନରଙ୍କ ଠାରୁ ରାକ୍ଷୀ ପିନ୍ଧିନଥିଲେ ବରଂ ସମସ୍ତଙ୍କର କିନ୍ନରଙ୍କ ପ୍ରତି ଥିବା ଘୃଣାକୁ ଦୂର କରିବା ସହ ତାଙ୍କ ପ୍ରତି ଭଲ ବ୍ୟବହାର ପ୍ରକଟ କରିବା ପାଇଁ ମଧ୍ୟ ଉପଦେଶ ଦେଇଥିଲେ ।

ଗମ୍ଭୀର ନିଜର ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ରାକ୍ଷୀର ଚାରୋଟି ଫଟୋକୁ ସେୟାର କରିବା ସହ ରାକ୍ଷୀ କେବଳ ମହିଳା ଏବଂ ପୁରୁଷଙ୍କ କଥା ନୁହେଁ ଏହା ହେଉଛି ମାନବିକତାର କଥା ବୋଲି ମଧ୍ୟ ଲେଖିଥିଲେ । “ଅବିନା ଅହର ଏବଂ ସିମରନ ଶେଖ ପିନେ୍ଧଇଥିବା ରାକ୍ଷୀ ମୋତେ ବହୁତ ପସନ୍ଦ ଆସିଲା । ଆପଣଙ୍କୁ ଆସିଲା କି ? କିନ୍ନରଙ୍କୁ ସମ୍ମାନ” ।
ଗମ୍ଭୀରଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.