ରେକର୍ଡ ସ୍ତରରେ ପହଞ୍ଚିଲା ଡିଜେଲ ମୂଲ୍ୟ


ଡଲାର ତୁଳନାରେ ପଇସାର ମୂଲ୍ୟ ଲଗାତର କମିବା ଫଳରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ନିଆଁ ଲାଗିଯାଇଛି । ସୋମବାର ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲର ଦାମ ରେକର୍ଡ ସ୍ତରରେ ପହଞ୍ଚିଥିବାବେଳେ ପେଟ୍ରୋଲର ଦାମ ପୁଣି ଥରେ ଆସି ୮୫ ଟଙ୍କାରେ ପହଞ୍ଚିଛି । ଆଜି ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୧୮ ପଇସା ବଢିଥିବାବେଳେ ଏହାର ମୂଲ୍ୟ ୬୯.୪୭ ଟଙ୍କାରେ ଆସି ପହଞ୍ଚିଛି, ଯାହାକି ବର୍ତ୍ତମାନର ସବୁଠାରୁ ଅଧିକ ଅଟେ । ସେହିଭଳି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୩ ପଇସା ବଢିଥିବାବେଳେ ବର୍ତ୍ତମାନ ଏହା ଆସି ୭୭.୯୧ ଟଙ୍କାରେ ପହଞ୍ଚିଛି ।
ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଡିଜେଲର ଦାମ ସବୁଠାରୁ ଅଧିକ ରହିଛି । ସୋମବାର ଏଠାରେ ଡିଜେଲର ମୂଲ୍ୟ ଲିଟର ପିଛା ୭୩.୭୩ ଟଙ୍କାରେ ଆସି ପହଞ୍ଚିଥିବାବେଳେ ପେଟ୍ରୋଲର ମୂଲ୍ୟ ସାରା ରାଜ୍ୟ ଅପେକ୍ଷା ବର୍ତ୍ତମାନ ମୁମ୍ବାଇରେ ସବୁଠାରୁ ଅଧିକ ରହିଛି ।

କେତେକ ରାଜ୍ୟରେ ଥିବା ପେଟ୍ରୋଲ ମୂଲ୍ୟ

କୋଲକତାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୦.୮୪ ଟଙ୍କା ରହିଥିବାବେଳେ , ମୁମ୍ବାଇରେ ୮୫.୩୩ ଟଙ୍କା ଏବଂ ଚେନ୍ନାଇ- ୮୦.୯୪ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ଡିଜେଲ ମୂଲ୍ୟରେ ୧୫ ପଇସା ବଢି ଏହା ୭୩.୨୩ ଟଙ୍କାରେ ଆସିକି ପହଞ୍ଚିଛି । ପୂର୍ବରୁ ମୁମ୍ବାଇରେ ଡିଜେଲ ମୂଲ୍ୟ ୭୩.୫୯ ଟଙ୍କା ରହିଥିବାବେଳେ ବର୍ତ୍ତମାନ ଏହା ଆସିକି ୭୩.୭୩ ଟଙ୍କାରେ ପହଞ୍ଚିରେ ପହଞ୍ଚିଛି ।
ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟମାନଙ୍କରେ ଡିଜେଲର ଦାମ ରେକର୍ଡ ସ୍ତରରେ ପହଞ୍ଚିଯାଇଥିବାବେଳେ ପେଟ୍ରୋଲର ଦାମ ପ୍ରାୟ ରେକର୍ଡ ସ୍ତରର ପାଖାପାଖି ରହିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଅନୁଯାୟୀ ଦିଲ୍ଲୀ ସମେତ ଚେନ୍ନାଇ ଏବଂ କୋଲକତାରେ ଡିଜେଲ ସ୍ତର ରେକର୍ଡ ସ୍ତରରେ ଆସିକି ପହଞ୍ଚିସାରିଛି ।


Share It

Comments are closed.