ମଦ ପିଇ ଅକାଳରେ ଝଡି ପଡୁଛି ଅନେକ ବହୁମୂଲ୍ୟ ଜୀବନ


ଏକ ଗବେଷଣାରୁ ଜଣା ପଡିଛି ଯେ, ପ୍ରତିବର୍ଷ ମଦ ଯୋଗୁଁ ଅଧିକାଂଶ ଲୋକ କ୍ୟାନସର ଓ ହୃଦୟ ସଂପର୍କିତ ରୋଗରେ ପୀଡିତ ହେଉଥିବାବେଳେ ପ୍ରାୟ ୨୮ ଲକ୍ଷ ଲୋକ ଏହି କାରଣ ଯୋଗୁଁ ଦୁର୍ଘଟଣାରେ ମୁତ୍ୟୁ ଶୀକାର ହୋଇଥାନ୍ତି । କେତେକ କ୍ଷେତ୍ରରେ ବିଶେଷଜ୍ଞଙ୍କ କହିବା ମୁତାବକ, ସବୁବେଳେ ମଦ୍ୟପାନ କରିବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇପାରେ ।
୨୦୧୬ରେ ମଦ୍ୟପାନ ଯୋଗୁଁ ୨୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ଲାନ୍ସେଟ ମେଡିକାଲ ଜର୍ନଲ ପକ୍ଷରୁ ସୂଚନା ଦିଆଯାଇଛି । ମଦ୍ୟପାନ ପ୍ରତି ଅଭ୍ୟସ୍ତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ବୈଜ୍ଞାନିକମାନେ ଏକ ପ୍ରୋଟିନ ମସ୍ତିଷ୍କର ଚିହ୍ନଟ କରିଛନ୍ତି । ଏହି ଗବେଷଣା କରୁଥବା ଉକ୍ତ ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ । ଏହି ଗବେଷଣା ଦ୍ୱାରା ମଦ ଭଳି ଖରାପ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଏହାର ଚିକିତ୍ସାର ମାର୍ଗ ପ୍ରଶସ୍ଥ ହୋଇପାରିବ । ମସ୍ତିଷ୍କ ପ୍ରୋଟିନ, ଯାହାକୁ ଆମେ ଏମୟୁଏନସି ୧୩-୧ କହିଥାଉ । ଏହା ଶରୀରରେ ମଦ ପିଇବାର କ୍ଷମତା ବିକାଶ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମଦ୍ୟପାନ ସାରା ଦୁନିଆରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହେଲାଣି ।
ଏକ ଗବେଷଣାରୁ ଜଣା ପଡିଛି ଯେ, ଯଦି ଜଣେ ବ୍ୟକ୍ତି ଥରେ ମଦ୍ୟ ପିଇ ତାହାକୁ ସହ୍ୟ କରିନେଉଛି, ତାହାଲେ ସେ ଦ୍ୱିତୀୟ ଥର ପିଇବାକୁ ନିଶ୍ଚୟ ପ୍ରୟାସ କରିବ । ଯଦି ମଦକୁ ଏମୟୁଏନସି ୧୩-୧ ଠାରୁ ବାନ୍ଧିବାରେ ରୋକିପାରିବ ତା’ହେଲେ ମଦ୍ୟପାନ କରୁଥିବା ବ୍ୟକ୍ତି ଠାରୁ ମଦ୍ୟ ସହ୍ୟ କରିବାର କ୍ଷମତାକୁ ହ୍ରାସ କରିହେବ ଏବଂ ମଦ୍ୟଭାସକୁ ବି ରୋକିପାରିବ ।
ମଦ୍ୟପାନ ଦ୍ୱାରା ଶରୀରରେ ହେଉଥିବା କ୍ଷତି :
୧- ଲିଭର ଏବଂ ଯକୃତକୁ କ୍ଷତି ପହଞ୍ଚାଇବ
୨- ଏହା ୨୦୦ରୁ ଅଧିକ ରୋଗ ସୃଷ୍ଟି କରିବ
୩- ଏହା ଭୋଜନ ନଳୀରେ ପ୍ରଭାବ ପକାଇବା ସହ ପାଚନ ପ୍ରକ୍ରିୟାରେ ଅସ୍ଥିରତା ସୃଷ୍ଟି କରିଥାଏ
୪- ସ୍ତନ କର୍କଟ ଏବଂ ଅନ୍ତ ନଳୀ କର୍କଟ ପାଇଁ ଏହା ଦାୟୀ
୫- ପେଟରେ ଅଲସର କରିବାର ମୁଖ୍ୟ କାରକ


Share It

Comments are closed.