ଅନେକ ଗୁଣରେ ଭରପୁର ଲବଙ୍ଗ ତେଲ, ଜାଣନ୍ତୁ ଏହାର ଉପକାରିତା


ଲବଙ୍ଗ ତେଲରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ରକ୍ତକୁ ଆହୁରି ପରିଷ୍କାର କରିଥାଏ। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି।

ଶ୍ୱାସ ବା ଆଜ୍‌ମା ରୋଗୀଙ୍କ ପାଇଁ ଏହି ତେଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଆପଣଙ୍କ କାନ ଦରଜ ହୋଇଛି କି ? ତେବେ ଲବଙ୍ଗ ତେଲରେ ଅଳ୍ପ ରାଶି ତେଲ ମିଶାଇ କାନରେ ପକାଇଲେ ଏହି ଦରଜରୁ କେତେକାଂଶରେ ଉପଶମ ଲାଗିଥାଏ। ଯଦି ମୁଣ୍ଡ ବିନ୍ଧୁଛି, ତେବେ ଏହି ତେଲରେ ଅଳ୍ପ ଲୁଣ ମିଶାଇ ଲଗାଇଲେ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ। ସଂକ୍ରମଣ ବା ଇନ୍‌ଫେକଶନ ପାଇଁ ଏହା ମଧ୍ୟ କାମ କରିଥାଏ। କାରଣ ଏଥିରେ ଥିବା ଆଣ୍ଟିସେପ୍ଟିକ ଗୁଣ ଇନ୍‌ଫେକଶନକୁ କମାଇଥାଏ।


Share It

Comments are closed.