ନିଜର ଭବିଷ୍ୟତ କନ୍ୟା ସନ୍ତାନର ନାମ କ’ଣ ରଖିବେ କହିଲେ ଆଲିଆ


ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଲି ବୟ’ ଚଳିତ ସପ୍ତାହରେ ରିଲିଜ ହେବାକୁ ଯାଉଥିବାବେଳେ ସେପଟେ ରଣବୀର ଏବଂ ଆଲିଆଙ୍କର ମଧ୍ୟରେ ଗଢିଉଠିଥିବା ପ୍ରେମ ସଂପର୍କକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଉଭୟଙ୍କର ବହୁ ପ୍ରତୀକ୍ଷିତ ବିବାହକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଥିବାବେଳେ ସେପଟେ ଆଲିଆ, ତାଙ୍କ ଆଗାମୀ କନ୍ୟା ସନ୍ତାନର ନାମ କ’ଣ ରଖିବେ ତାହା ମୁହଁ ଖୋଲି କହିଛନ୍ତି ।
ପ୍ରକାଶ ଥାଉକି, ଆଲିଆ ତାଙ୍କର ଆଗାମୀ ଫିଲ୍ମ ‘ଗଲି ବୟ’ର ପ୍ରମୋସନ କରିବା ପାଇଁ ଡ୍ୟାନ୍ସ ରିଆଲିଟି ସୋ ସୁପର ଡ୍ୟାନ୍ସରେ ଆସିକି ପହଞ୍ଚିଥିଲେ । ଏହି ସମୟରେ ଜଣେ ପ୍ରତିଯୋଗୀ ଭୁଲରେ ଆଲିଆଙ୍କୁ ‘ଅଲମା’କହି ଡାକିଦେଇଥିଲେ । ଏହି ସମୟରେ ଆଲିଆ କହିଥିଲେ ଏହା ଏକ ସୁନ୍ଦର ନାମ ଏବଂ ମୁଁ ମୋ ଝିଅର ନାମ ‘ଅଲମା’ହିଁ ରଖିବି ।
ସେପଟେ ଏହା ପୂର୍ବରୁ ଆଲିଆ ଏକ ସାକ୍ଷାତକାରରେ କହିଥିଲେ ଯେ, “ମୋତେ ଯେତେବେଳେ ପିଲା ଜନ୍ମ କରିବାକୁ ଇଚ୍ଛା ହେବ ସେବେ ବିବାହ କରିନେବି । ମୁଁ ସବୁବେଳେ ଅନୁଭବ କରେ ଯେ, ସନ୍ତାନ ପାଇଁ ବିବାହ କରିନେବା ଉଚିତ । ”
ସେ ଆହୁରୀ ମଧ୍ୟ କହିଥିଲେ ଯେ, “ଯେତେବେଳେ ବିବାହ ପାଇଁ ଠିକ ସମୟ ଆସିଯିବ, ତେବେ ମୁଁ ନିଶ୍ଚୟ ବିବାହ କରିନେବି ।”
ଅନ୍ୟପଟେ ଆଲିଆ ଏବଂ ରଣବୀରଙ୍କ ମଧ୍ୟର ଥିବା ସଂପର୍କକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ ଗ୍ରୀନ ସିଙ୍ଗନାଲ ମିଳିସାରିଥିବାବେଳେ ଏବେ ଖାଲି ବିବାହ ମୂହୂର୍ତ୍ତକୁ ଦେଖିବା ପାଇଁ ବାକି ରହିଛି ।


Share It

Comments are closed.