ଟି-20 ବିଶ୍ୱକପ ଠାରୁ ୮୦ ଗୁଣା ଅଧିକ ଫିଫାର ପୁରସ୍କାର ରାଶି, ଜାଣନ୍ତୁ କେତେ ରହିଛି ତଫାଥ


ଫିଫା ବିଶ୍ୱକପ ୨୦୨୨ କତାର (FIFA World Cup Qatar 2022) ରେ ନଭେମ୍ବର ୨୦ରୁ ଆରମ୍ଭ ହୋଇସାରିଛି । ଏହି ଟୁର୍ଣ୍ଣାମେଣ୍ଟ (FIFA World Cup 2022) ରେ ମୋଟ ୩୨ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ସମସ୍ତ ଦଳକୁ ୪-୪ର ଆଠଟି ପୁଲରେ ବଣ୍ଟା ଯାଇଛି । ଗ୍ରୁପ୍ ପର୍ଯ୍ୟାୟ ପରେ ରାଉଣ୍ଡ ୧୬, ତା’ପରେ କ୍ୱାର୍ଟର ଫାଇନାଲ ଏବଂ ପରେ ସେମିଫାଇନାଲ ଏବଂ ଡିସେମ୍ବର ୧୮ରେ ଫାଇନାଲ ମ୍ୟାଚ୍ ହେବ । ଫୁଟବଲ ବିଶ୍ୱକପ (Football World Cup) ର ଏହା ହେଉଛି ୨୨ତମ ସଂସ୍କରଣ, ଯେଉଁଥିରେ ପ୍ରାୟ ୩.୬ ହଜାର କୋଟି ଟଙ୍କା ପୁରସ୍କାର ରାଶି ବଣ୍ଟନ କରାଯିବ । ଯଦି ଆମେ ଏହାକୁ କ୍ରିକେଟରେ ଟି-20 ବିଶ୍ୱକପ୍ (T20 World Cup Prize Money) ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL Prize Money) ସହିତ ତୁଳନା କରୁ, ତେବେ ଏହା ବହୁତ ଅଧିକ ।

ଆପଣଙ୍କୁ କହି ରଖୁଛୁ ଯେ, ଟି-20 ବିଶ୍ୱକପ (ICC T20 World Cup) ର ମୋଟ ପୁରସ୍କାର ରାଶି ପ୍ରାୟ ୪୫.୬୮ କୋଟି ଟଙ୍କା ଥିଲା । ସେପଟେ ଆଇପିଏଲ (IPL) ରେ ମୋଟ ପୁରସ୍କାର ରାଶି ୪୬.୫ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ, ଯଦି ଆମେ ଏହାକୁ ଫିଫା ବିଶ୍ୱକପର ୩.୬ ହଜାର କୋଟି ସହିତ ତୁଳନା କରିବା, ତେବେ ଏହା କ୍ରିକେଟ୍ ବିଶ୍ୱକପ୍ ଠାରୁ ପ୍ରାୟ ୮୦ ଗୁଣ ଅଧିକ । ଫୁଟବଲ ବିଶ୍ୱକପ (Football World Cup) ରେ ଅଂଶ ଗ୍ରହଣ କରୁଥିବା ସେହି ଶେଷ ୧୬ଟି ଦଳକୁ ଯେଉଁ ପୁରୁସ୍କାର ରାଶି ମିଳିବ, ସେତିକି ରାଶି କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟର ମୋଟ ପରିମାଣ ମଧ୍ୟ ନୁହେଁ । ଆଜ୍ଞା ହଁ, ଫିଫା (FIFA) ଶେଷ ୧୬ ଅର୍ଥାତ ୧୭ରୁ ୩୨ ନମ୍ୱର ପର୍ଯ୍ୟନ୍ତ ରହୁଥିବା ଦଳକୁ ୭୪ କୋଟି ଟଙ୍କା ଦେବ ।

ଫିଫା ବିଶ୍ୱକପର ପୁରସ୍କାର ରାଶି
ଚାମ୍ପିଅନ୍- ୩୪୨.୩ କୋଟି ଟଙ୍କା
ରନର୍ ଅପ୍- ୨୪୫ କୋଟି ଟଙ୍କା
ତୃତୀୟ ସ୍ଥାନ- ୨୨୦ କୋଟି ଟଙ୍କା
ଚତୁର୍ଥ ସ୍ଥାନ- ୨୦୪ କୋଟି ଟଙ୍କା
୫-୮ ତମ ସ୍ଥାନ- ୧୩୮ କୋଟି
୯-୧୬ ତମ ସ୍ଥାନ- ୧୦୬ କୋଟି
୧୭-୩୨ ତମ ସ୍ଥାନ- ୭୪ କୋଟି

ଏଠାରେ କହି ରଖୁଛୁ ଯେ, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଟି-20 ବିଶ୍ୱକପ ପାଇଁ ମୋଟ ପୁରସ୍କାର ରାଶି ୫.୬ ମିଲିୟନ୍ (୪୫.୬୮ କୋଟି) ସ୍ଥିର କରିଛି, ଯାହା ସମସ୍ତ ୧୬ ଟିମ ମଧ୍ୟରେ ଅଲଗା ଅଲଗା ଭାବରେ ବଣ୍ଟନ କରାଯାଇଥିଲା । ଫାଇନାଲର ଚାମ୍ପିଅନ୍ ଦଳକୁ ପୁରସ୍କାର ରାଶି ଭାବରେ ପ୍ରାୟ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ରନର୍ ଅପ୍ ଦଳ ପ୍ରାୟ ୬.୪୪ କୋଟି ଟଙ୍କା ପାଇଥିଲା ।
ସେପଟେ ଟି-20 ବିଶ୍ୱକପ ଜିତିଥିବା ଦଳ କେବଳ ଫିଫା ବିଶ୍ୱକପରୁ ନୁହେଁ, ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ର ଚାମ୍ପିୟନ ଦଳ ଠାରୁ ମଧ୍ୟ କମ୍ ଅର୍ଥ ରାଶି ପାଇଛି । ଆଇପିଏଲ୍ ୨୦୨୨ ସିଜନରେ ଜିତିଥିବା ଦଳକୁ ୨୦ କୋଟି ଟଙ୍କା ମିଳିଛି । ଏଭଳି ପରିସ୍ଥିତିରେ ବିଶ୍ୱକପ ଚାମ୍ପିଅନ ଆଇପିଏଲ ତୁଳନାରେ ୭ କୋଟି ଟଙ୍କା କମ୍ ପାଇଛି ।


Share It

Comments are closed.