ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଏକତା କପୁର, ବନ୍ଧୁ ତନବୀରଙ୍କୁ କରିପାରନ୍ତି ବିବାହ


ଏକତା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତନବୀର ବୁକଵାଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଦୁହେଁ ଏକ ସେଲ୍ଫି ନେଇଛନ୍ତି। ଫଟୋ ସେୟାର କରି ଏକତା ଲେଖିଛନ୍ତି, ‘ଆମେ ଏଇଠି ଅଛୁ… ଆପଣମାନଙ୍କୁ ଖୁବ ଶୀଘ୍ର ଜଣାଇବୁ’

 

View this post on Instagram

 

A post shared by Erk❤️rek (@ektarkapoor)

ଫଟୋରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ତନବୀର ବୁକଵାଲା ନିଜେ ମଧ୍ୟ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି, ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବା ସମୟ ଆସିଯାଇଛି। ତନବୀରଙ୍କ କମେଣ୍ଟ ଦେଖି ସେଲିବ୍ରିଟିଜ ମଧ୍ୟ ଚର୍ଚ୍ଚା କରୁଛନ୍ତି। କିଛି ପ୍ରଶଂସକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏକତା କପୁରଙ୍କ ବନ୍ଧୁ ତନବୀର ବୁକଵାଲା ଜଣେ ବହୁତ ବଡ ଲେଖକ। ସେ ଡିଙ୍ଗ୍ ଏଣ୍ଟରଟେନମେଣ୍ଟର ଫାଉଣ୍ଡର୍ ମଧ୍ୟ ଅଛନ୍ତି। ତନବୀରଙ୍କ ଇନଷ୍ଟାଗ୍ରାମରେ ଏକତାଙ୍କର ଅନେକ ଫଟୋ ଅଛି। ନିଜେ ଏକତା ମଧ୍ୟ ଫଟୋରେ କମେଣ୍ଟ କରିଛନ୍ତି।


Share It

Comments are closed.