ଡ଼ାଳିମ୍ବ ଶରୀର ପାଇଁ ଅନେକ ଉପକାରୀ । ଯଦି ଡ଼ାଳିମ୍ବ ଖାଉନାହାଁନ୍ତି, ତାହେଲା ଆଜି ଜାଣନ୍ତୁ ଏହାର ଉପକାର, କାଲିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ । ଡ଼ାଳିମ୍ବରେ ଫାଇବର ସାଥିରେ ଭିଟାମିନ ପ୍ରଚୁର ଭରପୁର ଥାଏ । ଏହା ସହିତ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ, ଫସଫରସ, ମାଙ୍ଗାନିଜ, ଜିଙ୍କ, ଓମେଗା-୩ ଆଦି ପୋଷକତତ୍ତ୍ଵ ଏଥିରେ ଥାଏ ।
ଏହା ଖାଇବା ଦ୍ଵାରା ଶରୀରକୁ ମିଳିଥାଏ ଏହିସବୁ ସାତୋଟି ଫାଇଦା ।
୧-ଡ଼ାଳିମ୍ବଭିତରେ ଆଣ୍ଟିପ୍ଲଗ ନାମକ ଏକ ପୋଷକ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହ ଯୁବସୁଲଭତା ଅନେକଦିନ ଯାଏ ଆଣିଥାଏ ।
୨-ଏହା ଭିତରେ ଆଣ୍ଟଅକ୍ସିଡ଼ାଣ୍ଟ ଥିବାରୁ ମାରାତ୍ମକ ରୋଗରୁ ରକ୍ଷାକରିଥାଏ । ତା ସହିତ ମଧ୍ୟ ତ୍ଵଚାକୁ ମସୃଣ ରଖିଥାଏ ।
୩-ଏହା ଉଚ୍ଚ ରକ୍ତଚାପରୁ ରକ୍ଷା କରିଥାଏ । ଭିଟାମିନ ଓ ନାଇଟ୍ରିକ ଏସିଡ଼ ଭରପୁର ଥିବାରୁ ହାର୍ଟ ସମନ୍ଧୀୟ ରୋଗରୁ ରକ୍ଷା କରିଥାଏ ।
୪-ଏନିମିଆ ଥିବା ରୋଗୀଙ୍କ ପାଇଁ ଏହା ମହୌଷଧି । ଏହା ରକ୍ତରେ ହିମୋଗ୍ଲୋବିନ ବଢ଼ାଇବା ସହ ଦେହରେ ରକ୍ତର ପରିମାଣ ବଢ଼ାଇଥାଏ ।
୫-ଡ଼ାଳିମ୍ବ ରସ ଧମନୀରେ ରକ୍ତ ପ୍ରବାହିତ କରିବାରେ ସାହାର୍ଯ୍ୟ କରିଥାଏ । ଯାହାଦ୍ଵାରା ଶରୀର ସୁସ୍ଥ ରହିଥାଏ ।
୬-ସ୍ମରଣ ଶକ୍ତି କମଥିବା ଲୋକ ଡ଼ାଳିମ୍ବ ରସ ସେବନ କଲେ ସ୍ମରଣଶକ୍ତି ବଢ଼ିଥାଏ ।
୭-ଗଣ୍ଠିରୋଗ ପାଇଁ ଡ଼ାଳିମ୍ବ ବହୁତ ଉପକାରୀ । ଡ଼ାଳିମ୍ବ ରସ ସେବନ କଲେ ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ରୋଗ ଭଲହୋଇଥାଏ ।
Comments are closed.