ଘରେ ମନିପ୍ଲାଣ୍ଟ ଲଗାଇବାର ଫାଇଦା ସଂପର୍କରେ ଜାଣନ୍ତୁ


ଜନସାଧାରଣଙ୍କ ମଧ୍ୟରେ ଏପରି ଏକ ବିଶ୍ୱାସ ଅଛି ଯେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ । ଏହି କାରଣରୁ, ଲୋକମାନେ ଏହି ଉଦ୍ଭିଦକୁ ନିଜ ଘରେ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ଲଗାନଯାଏ, ତେବେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମନି ପ୍ଲାଣ୍ଟ ଲଗାଇବା ପାଇଁ ଅଗ୍ନି କୋଣ ହେଉଛି ସବୁଠାରୁ ଉପଯୁକ୍ତ ଦିଗ । ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ । ମନି ପ୍ଲାଣ୍ଟକୁ ଅଗ୍ନି କୋଣ ଅର୍ଥାତ୍ ଦକ୍ଷୀଣ-ପୂର୍ବ ଦିଗରେ ରଖିବାର କାରଣ ହେଉଛି, ଏହି ଦିଗର ଭଗବାନ ଗଣେଶ ଥିବାବେଳେ ଏହାର ପ୍ରତିନିଧୀ ଶୁକ୍ର ଅଟନ୍ତି । ଗଣେଶ ଅମଙ୍ଗଳ ବିନାଶକାରୀ ହୋଇଥିବାବେଳେ ଶୁକ୍ର ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି । ତେଣୁ, ମନି ପ୍ଲାଣ୍ଟକୁ ଅଗ୍ନି କୋଣରେ ଲଗାଇବା ଉପଯୁକ୍ତ ବିବେଚନା କରାଯାଏ ।

ମନି ପ୍ଲାଣ୍ଟକୁ କେବେବି ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ । ଏଥିପାଇଁ ଏହି ଦିଗଟିକୁ ସବୁଠାରୁ ନକାରାତ୍ମକ ବୋଲି ବିବେଚନା କରାଯାଏ, କାରଣ ଉତ୍ତର ଦିଗର ପ୍ରତିନିଧୀ ଦେବଗୁରୁ ବୃହସ୍ପତି ଭାବରେ ବିବେଚନା କରାଯାଏ । ଶୁକ୍ର ଏବଂ ବୃହସ୍ପତି ମଧ୍ୟରେ ଶତ୍ରୁ ସମ୍ପର୍କ ରହିଥାଏ । ତେଣୁ, ଯଦି ଶୁକ୍ର ସହିତ ଜଡିତ ଏହି ଉଦ୍ଭିଦ ଉତ୍ତର-ପୂର୍ବରେ ଲଗାଯାଏ, ତେବେ ତାହା କ୍ଷତି କରିଥାଏ । ଆପଣ ଏହି ଦିଗରେ ତୁଳସୀ ଗଛ ଲଗାଇପାରିବେ ।

କୁହାଯାଏ ଯେ ଭୂମିରେ ଛୁଇଁଥିବା ମନି ପ୍ଲାଣ୍ଟ ପତ୍ର ସୁଖ ଏବଂ ସମୃଦ୍ଧିରେ ବାଧା ଦେବା ସହିତ ସଫଳତାରେ ବାଧା ସୃଷ୍ଟି କରିଥାଏ । ତେଣୁ ଏହାକୁ ସର୍ବଦା ଉପରକୁ ମଡାଇ ରଖନ୍ତୁ । ଯଦି ମନି ପ୍ଲାଣ୍ଟର ପତ୍ର ଶୁଖିବା ଆରମ୍ଭ କରେ, ତେବେ ତାହାକୁ ତୁରନ୍ତ ବାହାର କରିଦିଅନ୍ତୁ ।


Share It

Comments are closed.