ପୁଣିଥରେ ଜୋର ଧରିଲାଣି ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଦାବୀ, ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କଲେ ସମ୍ପର୍କୀୟ ଭାଇ


ଆଜି ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ସୁଶାନ୍ତଙ୍କ ମୃତ୍ୟୁର ଗଭୀର ଆଘାତ ସବୁଠାରୁ ଅଧିକ ତାଙ୍କ ପରିବାରକୁ ଲାଗିଥିଲା । କେହି ବିଶ୍ୱାସ କରିପାରୁନଥିଲେ ଯେ ପରିବାରର ସାହାସୀ ପୁଅ, ଯିଏ ନିଜେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିଥିଲା, ଯିଏ ପରିବାରର ଜୀବନ ଥିଲା, ସେ ଏହିପରି ସମସ୍ତଙ୍କଠାରୁ ମୁହଁ ଫେରାଇନେବ। ସୁଶାନ୍ତଙ୍କ ମୃତ୍ୟୁ ହେବାର ଏକ ବର୍ଷ ବିତିଗଲାଣି କିନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ ଏବେ ବି ଜଟିଳ ରହିଛି। ତେଣୁ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ମନୋଜ ସିଂ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି।
ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ପନ୍ନା ସିଂ କହିଛନ୍ତି ଯେ ଏକ ଷଡଯନ୍ତ୍ରରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଲୁଚା ହୋଇଛି। ଏଥି ସହ ମନୋଜ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆଜି ମଧ୍ୟ ତାଙ୍କ ପରିବାର ସଦସ୍ୟ ସୁଶାନ୍ତଙ୍କୁ ସ୍ମରଣ କରି କାନ୍ଦୁଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସୁଶାନ୍ତ ମେ ୧୨, ୨୦୧୯ ରେ ତାଙ୍କ ଗାଁ ମଲ୍ଲଡିହାକୁ ଆସିଥିଲେ, ସେତେବେଳେ ସମଗ୍ର ଗାଁ ତାଙ୍କ ପାଇଁ ପାଗଳ ଥିଲା।

ସୁଶାନ୍ତଙ୍କ ଜନ୍ମ ସ୍ଥାନ ପୁର୍ଣ୍ଣିଆର ମଲ୍ଲଡିହାରେ ତାଙ୍କ ପରିବାର ଏବଂ ବନ୍ଧୁମାନେ ଆଜି ବି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ବନ୍ଧୁ ଓଙ୍କାର ସିଂ ଏବଂ ରୋଶନ ସିଂ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିଥିବା ବ୍ୟକ୍ତି ନୁହଁନ୍ତି। ସେ ଲୋକଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଫିଲ୍ମ ‘ଛିଛୋରୋ’ ଏବଂ ‘ଏମଏସ ଧୋନି’ ସଂଘର୍ଷ ପାଇଁ ପ୍ରେରଣା ଯୋଗାଇଥାଏ । ତେବେ କିପରି ଏବଂ କାହିଁକି ଏପରି ସାହସୀ ବ୍ୟକ୍ତି ଆତ୍ମହତ୍ୟା କରିବେ? ତାଙ୍କ ମୃତ୍ୟୁ ରହସ୍ୟ ଲୁଚାଇବା ପଛରେ ଏକ ରାଜନୈତିକ ଷଡଯନ୍ତ୍ର ରହିଛି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଏହି ଦିନ ଅର୍ଥାତ୍ ୧୪ ଜୁନ୍ ୨୦୨୦ ମୁମ୍ବାଇର ତାଙ୍କ ଫ୍ଲାଟରେ ମିଳିଥିଲା । ମୁମ୍ବାଇ ପୋଲିସ କହିଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କିନ୍ତୁ ପ୍ରଶଂସକ ଏବଂ ତାଙ୍କ ପରିବାରଙ୍କ ଅନୁଯାୟୀ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ମୁମ୍ବାଇ ପୋଲିସ ପରେ ସୁଶାନ୍ତଙ୍କ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।


Share It

Comments are closed.