ଏକାସାଙ୍ଗରେ ପିନ୍ଧନ୍ତୁ ନାହିଁ ଏହିସବୁ ରତ୍ନ , ଏହା ବଢ଼ାଇପାରେ ସମସ୍ୟା


ଗ୍ରହ ଦୋଷ ଦୂର କରିବାକୁ ଆମେ ସାଧାରଣତଃ ରତ୍ନ ପଥର ଧାରଣ କରିଥାଉ। ଭାଗ୍ୟୋଦୟ ପାଇଁ ଲୋକେ ବିଭିନ୍ନ ପ୍ରକାର ରତ୍ନ ଧାରଣ କରିଥାନ୍ତି। ରତ୍ନ ଧାରଣ କରିବା ଦ୍ୱାରା ଗ୍ରହମାନଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ। ପ୍ରତ୍ୟେକ ଗ୍ରହ ପାଇଁ ଭିନ୍ନ ଭିନ୍ନ ରତ୍ନ ରହିଛି। ସମସ୍ତଙ୍କୁ ନିଜ କୁଣ୍ଡଳୀ ଅନୁଯାୟୀ ରତ୍ନ ଧାରଣ କରିବା ଉଚିତ। ବେଳେ ବେଳେ ଗ୍ରହ ଦୋଷ ଦୂର କରିବାକୁ ଏକାଧିକ ରତ୍ନ ଧାରଣ କରିବାକୁ ପଡିଥାଏ। କିନ୍ତୁ ଏମିତି କିଛି ରତ୍ନ ଅଛି ଯାହାକୁ ଅନ୍ୟ କାହା ସହ ଧାରଣ କରାଯାଇ ନାହିଁ। ଏହା ଅଧିକ କ୍ଷତି କରିଥାଏ। ସମସ୍ୟା କମ ହେବା ପରିବର୍ତ୍ତେ ଅଧିକ ବଢି ଯାଇଥାଏ। କେଉଁ କେଉଁ ରତ୍ନ ଏକାସାଙ୍ଗେ ଧାରଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା…

ମୋତି ସହ ହୀରା, ପାନ୍ନା, ଗୋମେଦ, ଲହସୁନିଆ ଓ ନୀଳା – ଯଦି ଜଣେ ବ୍ୟକ୍ତି ମୋତି ଧାରଣ କରିଛନ୍ତି ତାହେଲେ ହୀରା, ପାନ୍ନା, ଗୋମେଦ, ରସୁଣିଆ ଓ ନୀଳା କେବେ ବି ଭୁଲରେ ବି ଧାରଣ କରିବା ଉଚିତ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଚନ୍ଦ୍ରମାଙ୍କ ଅଶୁଭ ପ୍ରଭାବ କମ କରିବାକୁ ମୋତି ଧାରଣ କରାଯାଏ। କିନ୍ତୁ ମୋତି ସହ ହୀରା, ପାନ୍ନା, ଗୋମେଦ, ରସୁଣିଆ ଓ ନୀଳା ଧାରଣ କଲେ ଅନେକ ପ୍ରକାର ମାନସିକ ସମସ୍ୟା ଦେଖାଦେଇଥାଏ।

ପାନ୍ନା ସହ ପୋଖରାଜ, ମୁଙ୍ଗା ଓ ମୋତି – ଯଦି ଆପଣ ପାନ୍ନା ଧାରଣ କରିଛନ୍ତି ତାହେଲେ ପୋଖରାଜ, ମୁଙ୍ଗା ଓ ମୋତି ଧାରଣ କରିବା ଅନୁଚିତ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବୁଧ ଗ୍ରହକୁ ଶାନ୍ତ କରିବାକୁ ପାନ୍ନା ଧାରଣ କରାଯାଏ। କିନ୍ତୁ ଯଦି ଆପଣ ପାନ୍ନା ସହ ପୋଖରାଜ, ମୁଙ୍ଗା ଓ ମୋତି ଧାରଣ କରନ୍ତି ତାହେଲେ ଧନ ହାନିର ସମ୍ମୁଖୀନ ହେବାକୁ ପଡିପାରେ।

ଲହସୁନିଆ ବା କ୍ୟାଟ୍ସ ଆଏ ସହ ମାଣିକ୍ୟ, ମୁଙ୍ଗା, ପୋଖରାଜ ଓ ମୋତି – ଯଦି ଜଣେ ବ୍ୟକ୍ତି ଲହସୁନିଆ ବା କ୍ୟାଟ୍ସ ଆଏ ଧାରଣ କରିଛନ୍ତି ତାହେଲେ ତାଙ୍କୁ ମାଣିକ୍ୟ, ମୁଙ୍ଗା, ପୋଖରାଜ ଓ ମୋତି ଧାରଣ କରିବା ଉଚିତ ନୁହେଁ। ଲହସୁନିଆ କେତୁ ଗ୍ରହର ରତ୍ନ। ଲହସୁନିଆ ସହ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ।

ନୀଳା ସହ ମାଣିକ୍ୟ, ମୁଙ୍ଗା, ମୋତି ଓ ପୋଖରାଜ – ନୀଳା ଶନି ଗ୍ରହଙ୍କ ରତ୍ନ। ଶନିଙ୍କୁ ଶାନ୍ତ କରିବାକୁ ନୀଳା ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ। ଯଦି ଜଣେ ବ୍ୟକ୍ତି ନୀଳା ଧାରଣ କରିଛନ୍ତି ତାହେଲେ ତାଙ୍କୁ ମାଣିକ୍ୟ, ମୁଙ୍ଗା, ମୋତି ଓ ପୋଖରାଜ ଏକାସାଙ୍ଗେ ପିନ୍ଧିବା ଅନୁଚିତ। ଏହିସବୁ ରତ୍ନ ଏକାସାଙ୍ଗେ ଧାରଣ କଲେ ଜୀବନରେ ନାନା ସମସ୍ୟା ଉପୁଜିଥାଏ।


Share It

Comments are closed.