କରନ୍ତୁ କର୍ପୂର ଏବଂ ଲବଙ୍ଗ ସହ ଜଡ଼ିତ ଏହି ଉପାୟ, ଆର୍ଥିକ ସମସ୍ୟାରୁ ପାଇବେ ମୁକ୍ତି


ସମସ୍ତେ ନିଜ ଜୀବନରେ ସୁଖ ଏବଂ ଶାନ୍ତି ଇଚ୍ଛା କରିନ୍ତି । କିନ୍ତୁ ଆଜିର ସମୟରେ ଲୋକମାନେ ଚାକିରି, ସମାଜ ଏବଂ ଘର ସହ ଜଡିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ, ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ହାସଲ କରିପାରୁ ନାହାଁନ୍ତି । ଏହା ପଛର କାରଣ ଘରର ବାସ୍ତୁ ତ୍ରୁଟି । ଏଥିପାଇଁ ଆପଣ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ କିଛି ଉପାୟ କରିପାରିବେ । ତେଣୁ ଚାଲନ୍ତୁ ଜାଣିବା ଲବଙ୍ଗ ଏବଂ କର୍ପୂର ସହିତ ଜଡିତ କିଛି ବିଶେଷ ଉପାୟ ବିଷୟରେ….

ବାସ୍ତୁ ଦୋଷ ଦୁର କରିବା ପାଇଁ :

ଘର କିମ୍ବା ଦୋକାନରେ କର୍ପୂର ରଖିବା ଦ୍ୱାରା ବାସ୍ତୁ ଦୋଷ ଦୁର ହୋଇଥାଏ । ଏହା ସହିତ, ଧନ ଲାଭର ଯୋଗ ରହିଥାଏ ।

ଆର୍ଥିକ ସମସ୍ୟା ଦୁର କରିବା ପାଇଁ :

ଏକ ଲାଲ୍ କପଡ଼ାରେ ୧ ଲବଙ୍ଗ ଗୁଡ଼ାଇ ଏହାକୁ ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ଏହି ଉପାୟକୁ କୌଣସି ଶୁଭ ଦିନରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ କରନ୍ତୁ ।

ସୁଖ-ସମୃଦ୍ଧି ପାଇଁ :

ଘରର ସୁଖ-ସମୃଦ୍ଧି ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗାଈ ଘିଅରେ କର୍ପୂର ବୁଡ଼ାଇ ଏହାକୁ ଏକ ପିତ୍ତଳ ପାତ୍ରରେ ଜଳାନ୍ତୁ ।

ମନ ଶାନ୍ତ ରଖିବା ପାଇଁ :

ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପୂଜା କରିବା ପରେ, କର୍ପୂର ଜଳାଇ ଆଳତୀ କରନ୍ତୁ । ଏହା ଘରେ ସକରାତ୍ମକ ଶକ୍ତି ଆଣିଥାଏ । ଏହା ସହିତ, କର୍ପୂର ସୁଗନ୍ଧ ମନକୁ ଶାନ୍ତ କରିଥାଏ ।

ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ :

ଏଥିପାଇଁ ସାତଥର ବଜରଙ୍ଗ ବାଣ ପାଠ କରି ହନୁମାନଙ୍କୁ ଲଡୁ ଭୋଗ ଚଢାନ୍ତୁ । ଏହା ପରେ କର୍ପୂର ସହିତ ୫ ଟି ଲବଙ୍ଗ ଜଳାନ୍ତୁ। ଘରୁ ବାହାରିବା ପୂର୍ବରୁ କପାଳରେ ସେହି ଭସ୍ମକୁ ଲଗାନ୍ତୁ ।


Share It

Comments are closed.