୯୦ ବର୍ଷ ବୟସ୍କା ମହିଳାଙ୍କ ନାମରେ ରେକର୍ଡ: କରୋନାର ପ୍ରଥମ ପୂର୍ଣ୍ଣ ବିକଶିତ ଟିକା ନେବାରେ ବିଶ୍ବରେ ହୋଇଛନ୍ତି ପ୍ରଥମ


ବ୍ରିଟେନର ୯୦ ବର୍ଷିୟ ମାର୍ଗାରେଟ୍ କିନନ୍ ଦୁନିଆର ପ୍ରଥମ ମହିଳା ହୋଇଛନ୍ତି ଯିଏକି କରୋନା ପାଇଁ ପ୍ରଥମ ସଂପୂର୍ଣ୍ଣ ବିକଶିତ ଟିକା ଗ୍ରହଣ କରିଛନ୍ତି। ଆଜି ଲଣ୍ଡନର ଏକ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ପିଫାଇଜର / ବାୟୋଏନଟେକ ଦ୍ୱାରା ବିକଶିତ କରୋନା ପାଇଁ ପ୍ରଥମ ଟିକା ଦେଇଛନ୍ତି। କ୍ଲିନିକାଲ୍ ପରୀକ୍ଷା ବାହାରେ ମାର୍ଗାରେଟ୍ କରୋନା ଟିକା ଗ୍ରହଣ କରିବାରେ ଦୁନିଆର ପ୍ରଥମ। କରୋନା ଭାଇରସ ବିରୋଧରେ ଏହା ଏକ ଐତିହାସିକ ମୁହୂର୍ତ୍ତ। ମହିଳାଙ୍କ ଟିକା ଗ୍ରହଣ ପରେ ବ୍ରିଟେନର ଜନସାଧାରଣ ଟୀକା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ମାର୍ଗାରେଟ୍ କେନନ ଚାରି ପିଲାଙ୍କ ଜେଜେମା। ସେ ଗତ ଛଅ ଦଶନ୍ଧି ଧରି କୋଭେନଟ୍ରିରେ ରହି ଆସୁଛନ୍ତି। ତାଙ୍କୁ କୋଭେନଟ୍ରି ୟୁନିଭର୍ସିଟି ହସ୍ପିଟାଲରେ ନର୍ସ ମେ ପାର୍ସନ୍ସ ସକାଳ ସାଢେ ୬ଟା ସମୟରେ ଟିକା ଦେଇଛନ୍ତି।

ମାର୍ଗାରେଟ୍ କେନନ କହିଛନ୍ତି, “କୋଭିଡ୍ -୧୯ ଟିକା ଦିଆଯାଇଥିବା ପ୍ରଥମ ବ୍ୟକ୍ତି ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ହେଉଛି ଜନ୍ମଦିନର ସର୍ବୋତ୍ତମ ଉପହାର କାରଣ ଏହାପରେ ନୂଆ ବର୍ଷରେ ମୁଁ ମୋ ପରିବାର ସହିତ ଅଧିକ ସମୟ ବିତାଇ ପାରିବି।


ଟିକା ନେବା ପରେ ୯୦ ବର୍ଷର ଜେଜେମା ଧନ୍ୟବାଦ ଜଣାଇ କହିଛନ୍ତି ଯେ ମୁଁ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) କର୍ମକର୍ତ୍ତାଙ୍କୁ ଜେତିକି ଧନ୍ୟବାଦ ଦେଲେ ମଧ୍ୟ କମ ହେବ କାରଣ ଏମାନେ ମୋର ବହୁତ ଯତ୍ନ ନେଇଛନ୍ତି। ଯେଉଁମାନେ ଟିକା ନେବାକୁ ଆଗ୍ରହୀ ସେମାନଙ୍କୁ ମୋର ପରାମର୍ଶ, ଟିକା ନିଅନ୍ତୁ, ଯଦି ମୁଁ ୯୦ ବର୍ଷ ବୟସରେ ଟିକା ନେଇପାରୁଛି ତାହେଲେ ଆପଣ ମଧ୍ୟ ନେଇପାରିବେ। ”


ପ୍ରକାଶ ଥାଉକି ଆଜି ବ୍ରିଟେନରେ କରୋନା ଟୀକାକରଣ ଆରମ୍ଭ ହୋଇଛି | ଆମେରିକାର ପିଫାଇଜର ଏବଂ ବାୟୋଏନଟେକ ଦ୍ୱାରା ଏହି କରୋନା ଟିକା ପ୍ରସ୍ତୁତ କରାଯାଇଛି | ମାର୍ଗାରେଟ୍ କିନନ୍ ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କୁ କରୋନାର ପୂର୍ଣ୍ଣ ବିକଶିତ ଟିକା ଦିଆଯାଇଛି। ଏହାପୂର୍ବରୁ, କରୋନା ଭ୍ୟାକ୍ସିନର ବିକାଶ ସମୟରେ ଅନେକ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା |


Share It

Comments are closed.