କରୋନା ଭୟରେ ଆତ୍ମହତ୍ୟା କଲେ ଯୁବକ


କରୋନା ଭାଇରସ ଭୟରେ ଜଣେ ଯୁବକ ନିଜ ବିକରେ ଦୈଡି ଲଗାଇ ଆତ୍ମହତ୍ୟା କରିଥିବାର ଏକ ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ଗତ କିଛି ଦିନ ହେବା ସେ ଥଣ୍ଡା, ଜ୍ୱର ଏବଂ କାଶରେ ପୀଡିତ ଥିବାବେଳେ କାଳେ ତାଙ୍କୁ କରୋନା ଭାଇରସ ଦ୍ୱାରା ସଂକ୍ରମିତ କରିଛି ? ସେହି ଭୟରେ ସେ ନିଜ ବେକରେ ଦୈଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାଟି ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ହୋଇଥିବାବେଳେ ଏହା କରୋନା ଭାଇରସ ଭୟ ଜନୀତ ଆତ୍ମହତ୍ୟାର ତୃତୀୟ ଘଟଣା ଅଟେ ।
ପୋଲିସ ବର୍ତ୍ତମାନ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ମିଳିଥିବା ସୂଚନା ମୁତାବକ ସେ ଗତ ଏକ ସପ୍ତାହ ହେବ ଥଣ୍ଡା, ଜ୍ୱର ଏବଂ କାଶରେ ପୀଡିତ ଥିଲା । ମୃତକଙ୍କ ନାମ ମନୀଷ ତିୱାରୀ ହୋଇଥିବାବେଳେ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା ।
ପ୍ରକାଶ ଥାଉକି, ଏହା ପୂର୍ବରୁ ହାପୁର ଏବଂ ବରେଲିରେ ମଧ୍ୟ ଦୁଇଟି ସମାନ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ ଦୁଇଜଣ ଯୁବକ ମହାମାରୀ କରୋନା ଭାଇରସ ଭୟରେ ଆତ୍ମହତ୍ୟା କରିଥିବାର ଘଟଣା ସମାନାକୁ ଆସିଥିଲା ।


Share It

Comments are closed.