କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ନିର୍ବାଚନୀ ଇସ୍ତିହାର


ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି । ଏହି ଘୋଷଣା ପତ୍ର ଜାରି କରିବା ଅବସରରେ ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମହମୋହନ ସିଂହଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତିହାର ନାମ ରଖାଯାଇଛି ‘ଜନ ଆୱାଜ ’
ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିବାକୁ ଯାଇ ରାହୁଲ କହିଛନ୍ତି ଯେ, “ଏହି ଘୋଷଣାପତ୍ରରେ କେବଳ ଜଣେ ବ୍ୟକ୍ତି ନୁହେଁ ବରଂ ଦେଶର ସମସ୍ତ ବ୍ୟକ୍ତିଙ୍କର ବିଚାରଧାରା ସାମିଲ କରାଯାଇଛି ।” ଘୋଷଣାପତ୍ର ସମିତିର ସଦସ୍ୟ ବାଲଚନ୍ଦ୍ର କହିଛନ୍ତି ଯେ, “ଯଦି କଂଗ୍ରେସ ପୁଣିଥରେ ଦେଶରେ ସରକାର ଗଢେ, ତେବେ ସେ ପ୍ରଥମ ଦିନରେ ରାଫେଲ ସଂକ୍ରାନ୍ତରେ ଯାଞ୍ଚ ପାଇଁ ବୈଠକ ଡାକିବ । ଏହାକୁ ମାନିଫେଷ୍ଠୋରେ ମଧ୍ୟ ସାମିଲ କରାଯିବ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ‘ଏହି ଘୋଷଣା ପତ୍ରରେ ବିଶେଷ କରି ଯୁବ ପୀଢୀଙ୍କୁ ନିଯୁକ୍ତି ଏବଂ କୃଷକଙ୍କ ଲାଗି ବିଭିନ୍ନ ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହ ଶିକ୍ଷା ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ମଧ୍ୟରେ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି । ’


Share It

Comments are closed.