କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମଧ୍ୟପ୍ରଦେଶ ସିଏମ ଶିବରାଜ ସିଂ ଚୌହାନ


ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କୁ ଭୋପାଳର ଚିରାୟୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏହା ସହିତ ଡାକ୍ତର ତାଙ୍କୁ ଘରେ ନିଜକୁ ଅଲଗା ରଖିବା ଏବଂ ସାତ ଦିନ ପର୍ଯ୍ୟନ୍ତ ନୁଜର ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ
ପରାମର୍ଶ ଦେଇଛନ୍ତି।

ଶିବରାଜ ସିଂ ଚୌହାନଙ୍କ ତୃତୀୟ ରିପୋର୍ଟ ନେଗେଟୁଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଜୁଲାଇ ୨୫ ରେ, ଶିବରାଜ କରୋନା ପଜିଟିଭ୍ ବୋଲି ଜଣାପଡିଥିଲେ | ଏହା ପରେ ତାଙ୍କୁ ଭୋପାଳର ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିରାୟୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶିବରାଜ ସିଂ ଚୌହାନ କହିଛନ୍ତି “ଯେ ଆଜି ଅଯୋଧ୍ୟାରେ ରାମ ମନ୍ଦିରର ମୂଳଦୁଆ ସ୍ଥାପନ କରାଯିବ। ୫୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ‘ମହାଜଜ୍ଞ’ ଆଜି ଶେଷ ହେଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଚ୍ଛା ଏବଂ ସଂକଳ୍ପ ତାଙ୍କୁ ଗତ ୫୦୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ନେତା କରିପାରିଛି।”


Share It

Comments are closed.