ଅଗଷ୍ଟ ୫ରୁ ରାଜ୍ୟରେ ଖୋଲିବ ସମସ୍ତ ସିନେମା ହଲ


ଆସନ୍ତା ୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ସିଙ୍ଗଲ୍‌ ସ୍କ୍ରିନ୍‌ ଓ ମଲ୍ଟି ସ୍କ୍ରିନ୍‌ଗୁଡ଼ିକ ଖୋଲିବ । ମହାରାଜା ହଲ୍‌ ପରିଚାଳକ ଲିଙ୍ଗରାଜ ପଣ୍ଡା କହିଛନ୍ତି, ୫ ତାରିଖରେ ଆମେ ହଲ୍‌ ଚଲାଇବାକୁ ପ୍ରସ୍ତୁତ ହେଉଛୁ । ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତା’ପୂର୍ବରୁ ହଲ୍‌ ପରିସରକୁ ଭଲ ଭାବେ ସାନିଟାଇଜ୍‌ କରାଯିବ ।

ଅନ୍ୟପକ୍ଷରେ ମଲ୍ଟିସ୍କ୍ରିନ୍‌ଗୁଡ଼ିକ ଖୋଲିବା ନେଇ ମଙ୍ଗଳାବର ସନ୍ଧ୍ୟା ସୁଦ୍ଧା ଖବର ଆସିପାରେ ବୋଲି ଜଣେ ମଲ୍ଟିସ୍କ୍ରିନ୍‌ ୟୁନିଟ୍‌ ମ୍ୟାନେଜର କହିଛନ୍ତି। ସମସ୍ତେ କହିଛନ୍ତି, ହଲ୍‌ ଖୋଲିବା ନେଇ ଯେତିକି ଖୁସି ଲାଗୁଛି ତା’ପରବର୍ତ୍ତୀ ପରିଚାଳନା ଏବଂ ଫିଲ୍ମ ରିଲିଜ୍‌ ସେତିକି ଆହ୍ୱାନପୂର୍ଣ୍ଣ ରହୁଛି ।


Share It

Comments are closed.