କେନ୍ଦ୍ର ସରକାରଙ୍କୁ ଲାଗିଲା ସୁପ୍ରିମ କୋର୍ଟଙ୍କ ଝଟକା, ସିବିଆଇ ମୁଖ୍ୟ ରହିବେ ବର୍ମା


ସିବିଆଇ ବିବାଦ ମାମଲାରେ ଆସି ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ଏହି ଶୁଣାଣିରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଥିବାବେଳେ ସେପଟେ ଏଜେନ୍ସିର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଆଶ୍ୱସ୍ତି ମିଳିଛି । ସିବିଆଇ ନିର୍ଦ୍ଦେଶକ, ସରକାରଙ୍କ ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିବା ଛୁଟିକୁ ବିରୋଧ କରି ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ମାମଲାକୁ ୭୫ ଦିନ ପୂରଣ ହେଉଛି । ସେପଟେ ୨୩ ଅକ୍ଟୋବରରେ ସରକାରଙ୍କୁ ପକ୍ଷରୁ ଆଗତ ହୋଇଥିବା ଏହି ଆଦେଶକୁ ନ୍ୟାୟାଳୟ ରଦ୍ଦ କରିଦେଇଥିବାବେଳେ ବର୍ମାଙ୍କୁ ନ୍ୟାୟିକ ନିଷ୍ପତି ନେବାର କୌଣସି ଅଧିକାର ନାହିଁ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣିରେ କହିଛନ୍ତି ।
ଅନ୍ୟପଟେ ସୁପ୍ରିମ କୋର୍ଟର ଶୁଣାଣି ପରେ, ଆଲୋକ ବର୍ମାଙ୍କ ଓକିଲ କହିଛନ୍ତି ଯେ, “ଆମକୁ କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଥିଲା । ଏବଂ ଏଇ ନିଷ୍ପତିରୁ ଏହା ପ୍ରମାଣିତ ହୋଇଛି ଯେ, ଯେଉଁ ପର୍ଯ୍ୟନ୍ତ ନ୍ୟାୟାଳୟ ଅଛି, ସେହି ପର୍ଯ୍ୟନ୍ତ କୌଣସି ଭୁଲ ହେବ ନାହିଁ । ଏହି ନିଷ୍ପତି ଦ୍ୱାରା ସାମ୍ବିଧାନିକ ସଂସ୍ଥା ଗୁଡିକର ବିଜୟ ହୋଇଛି । ”
ନ୍ୟାୟାଳୟ ପକ୍ଷରୁ ଦିଆଯାଇଥିବା ଆଦେଶ ଅନୁଯାୟୀ, ଆଲୋକ ବର୍ମାଙ୍କ ଉପରେ ଲାଗିଥିବା ଆରୋପକୁ ଆଧାର କରି ଏକ ହାଇ ପାୱାର କମିଟି ଗଠନ କରାଯାଇଛି, ଯିଏକି ଏକ ସପ୍ତାହ ମଧ୍ୟରେ ନିଷ୍ପତି ନେବ ।
ପ୍ରକାଶ ଥାଉକି ବର୍ମା, କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କ ଅଧିକାର ଛିନ୍ନ କରିବାର ଏବଂ ଜୋରଜବରଦସ୍ତ ଛୁଟିରେ ପଠାଇବାକୁ ବିରୋଧ କରି ସୁପ୍ରମି କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ବର୍ମା ଏବଂ ସିବିଆଇର ବିଶେଷ ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସାର୍ବଜନୀକ ହେବା ପରେ ହିଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିଲା ।


Share It

Comments are closed.