ଟ୍ରେନ ସାମନାରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବୃଦ୍ଧଙ୍କୁ ବଞ୍ଚାଇଲେ ଯବାନ, ଭିଡିଓ ଭାଇରାଲ


ମୁମ୍ବାଇ ସୁରକ୍ଷା ବଳର ଦୁଇ ଜଣ କାର୍ଯ୍ୟରତ ସୁରକ୍ଷା କର୍ମୀ ନିଜର ଉପସ୍ଥିତ ବୁଦ୍ଧି ଏବଂ ସାହସୀକତା ପାଇଁ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇ ପାରିଛନ୍ତି, ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ମୁମ୍ବାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନର ହୋଇଥିବାବେଳେ ଭିଡିଓଟିକୁ ୱେଷ୍ଟର୍ଣ୍ଣ ରେଲୱେ ଷ୍ଟେସନ ପକ୍ଷରୁ ନିଜ ଟ୍ୱିଟରରେ ସେୟାର କରୁଛି ।
ପ୍ରକାଶ ଥାଉକି, ଆରପିଏଫ ଦ୍ୱାରା ମୁତୟନ କରାଯାଇଥିବା ଏମଏସଏଫ ଯବାନ ଅଶୋକ ଏବଂ ମନୋଜ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନରେ ଚଳନ୍ତା ଟ୍ରେନ ସାମନାରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ଜଣେ ବୃଦ୍ଧା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଥିଲେ ।
ଉଭୟ ଯବନାଙ୍କ ଏହି ସାହସୀକତା ପାଇଁ ବୃଦ୍ଧାଙ୍କ ପରିବାର ଲୋକେ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ତାଙ୍କର ଏହି କାର୍ଯ୍ୟକଳାପ ପାଇଁ ପ୍ରଶଂସା ମଧ୍ୟ କରାଯାଇଛି ।


ଭିିଡିଓ ମୁତାବକ, ଷ୍ଟେସନରେ ଧଳା ସାର୍ଟ ପିନ୍ଧି ଉପସ୍ଥିତ ଥିବା ଜଣେ ବୃଦ୍ଧ ବ୍ୟକ୍ତି ହଠାତ୍ ପ୍ଲାଟଫର୍ମରୁ ରେଲୱେ ଟ୍ରାକ ଉପରକୁ ଚାଲିଆସିଥିଲେ ଏବଂ ଚଳନ୍ତା ଟ୍ରେନ ଆସୁଥିବା ରେଲୱେ ଟ୍ରାକ ଉପରେ ଶୋଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଯବାନଙ୍କ ସହାସୀକତା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।


Share It

Comments are closed.