ସ୍ୱତନ୍ତ୍ର ୱାଟର ଡ୍ରପ୍ ସ୍କ୍ରିନ୍ ସହିତ ବଜାରକୁ ଆସୁଛି ଓପୋ ଏଫ୍ ୯ ପ୍ରୋ


ସେଲ୍ଫି ଏକ୍ସପର୍ଟ, ଓପୋ ଅତି ଶୀଘ୍ର ଏହାର ଲୋକପ୍ରିୟ ଏଫ୍ ସିରିଜ୍ ସହିତ ଏକ ନୂତନ ହ୍ୟାଣ୍ଡସେଟ୍ ଓପୋ ଏଫ୍ ୯ ପ୍ରୋ ଶୁଭାରମ୍ଭ କରିବାକୁ ଯାଉଛି । ଓପୋ ଏଫ୍ ୯ ପ୍ରୋ ହେଉଛି ଇଣ୍ଡଷ୍ଟ୍ରିର ପ୍ରଥମ ହ୍ୟାଣ୍ଡସେଟ୍, ଯିଏକି ଏକ ସ୍ୱତନ୍ତ୍ର ୱାଟର ଡ୍ରପ୍ ସ୍କ୍ରିନ୍ ଡିଜାଇନ୍ ସହିତ ଆସୁଛି । ଏହାର ସମ୍ମୁଖରେ ଏକ ଟପ୍ ନଚ୍ ରହିଛି, ଯାହା ଅଧିକ ସଂକ୍ଷିପ୍ତ ସ୍ଥାନ ଓ ଅଧିକ ନିବିଡ଼ ଲେଆଉଟ୍ ପାଇଁ ରିସିଭର୍, କ୍ୟାମେରା ଓ ଲାଇଟ୍ ସେନସର୍କୁ ପରିଚାଳନା କରୁଛି । ତେଣୁ ଏହା ହ୍ୟାଣ୍ଡସେଟ୍କୁ ଏକ ପ୍ରତିସମ ସୌନ୍ଦର୍ଯ୍ୟ ପ୍ରଦାନ କରିବା ସହିତ ଗ୍ରାହକ ମାନଙ୍କୁ ଅଧିକ କଣ୍ଟେଣ୍ଟ ଦେଖିବାରେ ସହାୟକ ହେଉଛି ।
୯୦.୮% ଅନୁପାତ ସହିତ ୧୯.୫:୯ ୱାଟର ଡ୍ରପ୍ ସ୍କ୍ରିନ୍ ଏକ ଚମତ୍କାର ଓ ସୁନ୍ଦର ସ୍କ୍ରିନ୍ ପ୍ରଦାନ କରୁଛି । କ୍ୟାମେରା ଓ ଫ୍ଲାସ୍ ଲାଇଟ୍ ଏକତ୍ରିତ ହୋଇ ୱାଟର ଡ୍ରପ୍ ଡିଜାଇନ୍କୁ ଆହୁରି ଜିବନ୍ତ କରୁଛନ୍ତି । ଏଥିରେ ଥିବା ଦୁଇଟି ୱାଟର ଡ୍ରପ୍ ପରସ୍ପର ଆଡ଼କୁ ଆକର୍ଷିତ ହେଉଛନ୍ତି । ଆଉ ମଧ୍ୟ ଓପୋ ଏକ ନୂତନ ଚ୍ୟାନେଲର ସାଉଣ୍ଡ କଣ୍ଡକ୍ସନ୍ର ଶୁଭାରମ୍ଭ କରିଛି, ଯାହାକୁ ସାଧାରଣ ସାଉଣ୍ଡରେ ରଖିଲେ ଏକ କମ୍ପାକ୍ଟ ସ୍ପାଟିଆଲ ଆକୃତି ପ୍ରଦାନ କରୁଛି ।
ସ୍କ୍ରିନ ଉପରେ ଥିବା ଆକର୍ଷଣୀୟ ବକ୍ରାକୃତି କୋଣ ୱାଟର ଡ୍ରପ୍ ସ୍କ୍ରିନ୍ ଡିଜାଇନ୍କୁ ଆହୁରି ଜୀବନ୍ତ କରୁଛି । ଏହା ଓପୋ ଏଫ୍ ୯ ପ୍ରୋକୁ ଧରିବାରେ ଅଧିକ ଆରାମ ପ୍ରଦାନ କରିବା ସହିତ ଏହାର ଆକୃତିରେ କମନୀୟତା ଆଣିଦେଇଛି । ସ୍କ୍ରିନ ସହିତ ଏକତ୍ରିତ ହୋଇଥିବା କ୍ୟାମେରା ଏକ ଫ୍ରଣ୍ଟ କୋଟିଂ ଫିଲ୍ମ ସହିତ କଳା ରଙ୍ଗରେ ଚିତ୍ରିତ ହୋଇଛି, ଯାହା ହ୍ୟାଣ୍ଡସେଟ୍ର ସାମନା ପାଖର ଏକାତାକୁ ପ୍ରଦର୍ଶନ କରୁଛି । ଫ୍ଲିପ୍ ଏଲ୍ଇଡି ଜ୍ଞାନକୌଶଳ, ରିସିଭର୍ ଟିଓପି ଷ୍ଟିଅରିଂ ସାଉଣ୍ଡ କଣ୍ଡକ୍ସନ୍, ଲାଇଟ୍ ସେନ୍ସେସନ୍ ହର୍ଣ୍ଣ ସେପ୍ଡ ଲାଇଟ୍ କଣ୍ଡକ୍ସନ୍, ଗ୍ୟାପ୍ ଆପ୍ରୋଚିଂ ଡିଜାଇନ୍ ଇତ୍ୟାଦିକୁ ଅନ୍ତର୍ଭୁକ୍ତକରି ୪୬ ପେଟେଣ୍ଟ ସହିତ ଆକର୍ଷଣୀୟ ଓ ଅଭୁତପୂର୍ବ ଭିଜୁଆଲ ଅନୁଭୂତି ପ୍ରଦାନ କରିବା ପାଇଁ ଓପୋ ଏଫ୍ ୯ ପ୍ରୋକୁ ଡିଜାଇନ୍ କରାଯାଇଛି ।


Share It

Comments are closed.