ପାୱାରଙ୍କ ଘରେ ହୋଇଥିବା ଡିନର ପାର୍ଟିରେ ଯୋଗ ଦେଲେ ନୀତିନ ଗଡ଼କରୀ


ମହାରାଷ୍ଟ୍ରରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ର ଜୋର୍‌ ଦାର କାର୍ଯ୍ୟାନୁଷ୍ଠାନ ସହ ରାଜନୀତି ମଧ୍ୟ ସରଗରମ ରହିଛି। ବେଜେପି ମଧ୍ୟ କ୍ଷମତାକୁ ଫେରିବା ପାଇଁ ସବୁ ପ୍ରକାର କସରତ ଆରମ୍ଭ କରିଦେଇଛି। ଏହାରି ଭିତରେ ଗତ କାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ଡିନରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଡଡ଼କରୀ ମଧ୍ୟ ପହଞ୍ଚିଥିଲେ। ସେଠାରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଓ ମହାରାଷ୍ଟ୍ରର କିଛି ଦଳର ବିଧାୟକ ବି ଉପସ୍ଥିତ ରହିଥିଲେ। ତେବେ ଏହାର ପୂର୍ବ ଦିନ ମହାରାଷ୍ଟ୍ରର କିଛି ବିଧାୟକ ସନ୍ଧ୍ୟା ୬ ଟାରେ ସାଂସଦ ସଞ୍ଜୟ ରାଉତଙ୍କ ଘରେ ଏକ ଚା’ ପାର୍ଟିରେ ଯୋଗ ଦେଇଥିଲେ।

ଶରଦ ପାୱାର ଆଜି ରାତିରେ ମହାରାଷ୍ଟ୍ରର ବିଧାୟକମାନଙ୍କୁ ଡିନର ପାଇଁ ନିମନ୍ତ୍ରଣ କରିଛନ୍ତି। ସମସ୍ତ ଦଳର ନେତା ଓ ସାଂସଦ ଏକ ପ୍ରସିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏବେ ଦିଲ୍ଲୀରେ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦେଶର ସଂସଦୀୟ ପ୍ରଣାଣି ଅନୁସାରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ପାଇଁ ହେଉଛି।

ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ଥିବା କଂଗ୍ରେସର ବରିଷ୍ଠ ନେତା ପୃଥିରାଜ ଚୌହାନ ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ବିଧାୟକଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ଦିଲ୍ଲୀ ଡକାଯାଇଛି। ଏହି କାର୍ଯ୍ୟକ୍ରମ ଏପ୍ରିଲ ୫ ରୁ ଏପ୍ରିଲ ୬ ତାରିଖରେ ପର୍ଯ୍ୟନ୍ତ ହେବ । ଏହି ଉତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ଆମେ ଏକ ରାତ୍ରୀ ଭୋଜନ ମଧ୍ୟ ଆୟୋଜନ କରିଛୁ ବୋଲି ସେ କହିଛନ୍ତି। ତେବେ ପାୱାରଙ୍କ ସହ ନୀତିନ ଗଡ଼କରୀଙ୍କ ସାକ୍ଷାତକୁ ନେଇ ସେ କହିଛନ୍ତି ଯେ ଏହା ସୌଜନ୍ୟତାମୂଳକ ସାକ୍ଷତକାର ରହିଥିଲା।


Share It

Comments are closed.