ଟାଇମ୍ସ ମ୍ୟାଗାଜିନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଲେ ଶାହିନ ବାଗର ଦାଦୀ


ଦୁନିଆର ସବୁଠରୁ ପ୍ରତିଷ୍ଠିତ ମାଗାଜିନ TIME ବର୍ଷ ୨୦୨୦ର ସବୁଠାରୁ ପ୍ରଭାବଶାଳୀ ୧୦୦ ଜଣଙ୍କ ତାଲିକା ଜାରି କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ମାଗାଜିନରେ ସ୍ଥାନ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସମେତ ମୋଦିଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ଟାଇମ୍ ମାଗାଜିନ ତରଫରୁ ପ୍ରତିବର୍ଷ ଏହି ତାଲିକା ଜାରି କରାଯାଏ । ଏଥିରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଦୁନିଆକୁ ପ୍ରଭାବିତ କରୁଥିବା ଲୋକଙ୍କ ସାମିଲ କରାଯାଇଥାଏ । ପ୍ରଧାନମନ୍ତ୍ରୀ ମୋଦି ଜଣେ ହିଁ ଭାରତୀୟ ନେତା । ଏହି ତାଲିକାରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନାଙ୍କୁ ସ୍ଥାନ ମିଳିଛି । ଶାହିନ୍ ବାଗରେ ପ୍ରଦର୍ଶନକୁ ନେଇ ଚର୍ଚ୍ଚାକୁ ଆସିଥିବା ୮୨ ବର୍ଷ ବୟସ୍କା ବିଲକିସ୍ ଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଗତ ବର୍ଷ ଲଣ୍ଡନରେ ଜଣେ ରୋଗୀଙ୍କୁ ଏଚଆଇଭିରୁ ମୁକ୍ତି ଦେବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ପ୍ରଫେସର ରବୀନ୍ଦ୍ର ଗୁପ୍ତାଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଲଣ୍ଡନ ସେହି ରୋଗୀ ଦୁନିଆର ଦ୍ୱିତୀୟ ରୋଗୀ ଯିଏ ଏଚଆଇଭି ମୁକ୍ତ ହୋଇଛନ୍ତି । ଆଲଫାବେଟ୍ ଓ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଧ୍ୟ ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସୁନ୍ଦର ପିଚାଇ ୪୨ ବର୍ଷ ବୟସରେ ଦୁନିଆର ସବୁଠାରୁ ବଡ ଟେକ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲର ସିଇଓ ହୋଇଛନ୍ତି ।


Share It

Comments are closed.