ମୁହଁରେ ପ୍ରାକୃତିକ ଚମକ ଆଣିବାକୁ ବିଟ କୁ ଏଭଳି କରନ୍ତୁ ବ୍ୟବହାର


ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ। ଏହା ମୁହଁକୁ ସତେଜ ଓ ପ୍ରାକୃତିକ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ। ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା। ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ସେଥିରେ ବାଦାମ ତେଲ ପକାଇ ଭଲ ଭାବେ ମିଶାଇ ଏକ କାଚ ବୋତଲରେ ରଖନ୍ତୁ।

ପ୍ରତିଦିନ ଓଠ ଓ ଗାଲରେ ସେଥିରୁ ଗୋଟିଏ ବୁନ୍ଦା ଲଗାନ୍ତୁ।
ମୁହଁ ପାଇଁ କ୍ରୀମ ବ୍ୟବହାର କରୁଥିଲେ ସେଥିରେ ବିଟ୍‌ ଗୁଣ୍ଡ ମିଶାଇ ଲଗାନ୍ତୁ। ତାପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ।

ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ। ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଆଖି ତଳ ସଫା ହୋଇଯିବ।

ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ। ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ। ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ।

ବୟସ ବଢିବା ସହ ମୁହଁରେ ତାହା ପ୍ରତିଫଳିତ ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମୁହଁରେ ବିଟ ରସ ଲଗାନ୍ତୁ।


Share It

Comments are closed.