ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର


ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ। ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗତ ୨୯ ତାରିଖରେ ତାଙ୍କୁ ସୁକିନ୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଅବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ନିଆଯାଇଥିଲା। ଗତ ୩୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେବେଠାରୁ ଟାଟା ମେଡିକାରେ ରହି ଚିକିତ୍ସତ ହେଉଥିଲେ। ମାତ୍ର ଗତ କାଲି ବିଳମ୍ବିତ ରାତ୍ର ୪ଟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଟାଟା ମେଡିକାଲ ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ସୁତାର ସୂଚନା ଦେଇଛନ୍ତି। ଟାଟା ମେଡିକାଲ କର୍ତ୍ତୃପକ୍ଷ କଟକ ଏସସିବି ମେଡିକାଲର ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି।ଏପଟେ ନନ୍ଦସାରଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି।

ଏଠାରେ ସୂଚନା ଥାଉକି, ଟାଟା ମେଡିକାରେ ଉପଯୁକ୍ତ ଚିକିତ୍ସା ମିଳୁନଥିବା ସମ୍ପର୍କରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ବୟସ ଅଧିକା ଥିବା ଓ ସ୍ୱାସ୍ଥ୍ୟ ଖରାପ ଅବସ୍ଥାରେ ଗାଡ଼ିରେ ତାଙ୍କୁ ନେବା ଆଣିବା କରିବା ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବ କହି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ନଥିଲେ।


Share It

Comments are closed.