ବାଜାର କୋଲକାତାର ନୂତନ ଷ୍ଟୋର ବର୍ତ୍ତମାନ ପଟିଆରେ


ଅଗ୍ରଣୀ ରିଟେଲ ଚେନ୍, ବାଜାର କୋଲକାତା ପକ୍ଷରୁ ପଟିଆରେ ଏହାର ନୂତନ ସୋରୁମର ଶୁଭାରମ୍ଭ କରାଯାଇଛି । ପଟିଆରେ ୭୦୦୦ ବର୍ଗ ଫୁଟରେ ପରିବ୍ୟାପ୍ତ ଉକ୍ତ ସୋରୁମ ପଟିଆ ଛକ ଉପରେ ଅବସ୍ଥିତ । ଉକ୍ତ ଷ୍ଟୋରରେ ଆକର୍ଷଣୀୟ ମୂଲ୍ୟରେ ବିସ୍ତୃତ ରେଞ୍ଜର ପୋଷାକ, ଘରୋଇ ଉତ୍ପାଦ ଏବଂ ଆସବାବ ଇତ୍ୟାଦି ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ଏଠାରେ ଉପଲବ୍ଧ ହେଉଥିବା ମହିଳାଙ୍କ ପୋଷାକ ମାତ୍ର ୯୯ ଟଙ୍କାରୁ, ପୁରୁଷଙ୍କ ପୋଷାକ ମାତ୍ର ୫୦ ଟଙ୍କାରୁ, ପିଲାଙ୍କ ପାଇଁ ପୋଷାକ ମାତ୍ର ୭୦ ଟଙ୍କାରୁ ଏବଂ ଆସବାବପତ୍ର ମାତ୍ର ୨୦ ଟଙ୍କାରୁ ଆରମ୍ଭ ।

ଏହି ପରିପ୍ରେକ୍ଷୀରେ ବାଜାର କୋଲକାତାର ମାର୍କେଟିଂ ମୁଖ୍ୟ, ଶ୍ରୀଯୁକ୍ତ ଉମେଶ ଶର୍ମା କହିଛନ୍ତିଯେ, “ଆମ୍ଭେମାନେ ସର୍ବଦା ଗ୍ରାହକ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେରଖି ଖୁବ୍ କମ୍ ମୂଲ୍ୟରେ ପୋଷାକ, ଘରୋଇ ଉପକରଣ ତଥା ବିଭିନ୍ନ ଉତ୍ପାଦ ଗୁଡ଼ିକ ଉପଲବ୍ଧ କରାଉଛୁ । ଦୀର୍ଘ ୧୭ ବର୍ଷ ଧରି ଆମ୍ଭମାନଙ୍କର କାର୍ଯ୍ୟକଳାପ ପ୍ରାରମ୍ଭ କରି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରିଛୁ । ବଜାର କୋଲକାତାର ଏହି ସୋରୁମ ଗ୍ରାହକମାନଙ୍କ ଦ୍ୱାରା ବହୁଳ ମାତ୍ରାରେ ଆଦୃତ ହୋଇପାରିବବୋଲି ଆମର ବିଶ୍ୱାସ ।”

ଏହି ନୂତନ ଷ୍ଟୋରରେ ଉପଲବ୍ଧ ହେଉଥିବା ବିଭିନ୍ନ ରେଞ୍ଜରେ ମହିଳାଙ୍କ ପାଇଁ ଶାଢୀ, ସାଲୱାର, ଡ୍ରେସ ଫ୍ୟାବ୍ରିକ, ନାଇଟି, ଲେଗିନ୍ସ, ଟି-ସାର୍ଟ, କୁର୍ତ୍ତୀ ଇତ୍ୟାଦି ରହିଥିବାବେଳେ ପୁରୁଷଙ୍କ ପାଇଁ ଟି-ସାର୍ଟ, କାଜୁଆଲ ଟି-ସାର୍ଟ, ସ୍ଲିଭଲେ, କୋଟ, ମୋଦି କୋର୍ଟ, ଜିନ୍ସ , ଟ୍ରାଉଜର, ପାର୍ଟି ଓୟାର ଟ୍ରାଉଜର, ସାଣ୍ଡୋ, ବରମୁଣ୍ଡା, ଥ୍ରୀ କ୍ୱାଟର ଇତ୍ୟାଦି ଏବଂ କିଡସ ଓୟାରରେ ବରମୁଣ୍ଡା, ସାଣ୍ଡୋ ସେଟ, ବାବା ସୁଟ, ସାର୍ଟ, ବଏଜ ଅଣ୍ଡରଗାର୍ମେଣ୍ଟ, ଟପ ସ୍କର୍ଟ, ବଏଜ, ଫର୍କ, କ୍ୟାପ୍ରି, ସ୍କର୍ଟ ଇତ୍ୟାଦି ଏବଂ ଆସବାବ ମଧ୍ୟରେ ଫ୍ରିଜ ବୋଟଲ, ପେନସିଲ ବକ୍ସ, ଟିଫିନ ବକ୍ସ, କପ ପ୍ଲେଟ ସେଟ, ଡିଓ ଇତ୍ୟାଦି ରହିଛି । ଏହାର ଶୁଭାରମ୍ଭମୂଳକ ଅଫରରେ ପୁରୁଷଙ୍କ ଏବଂ ମହିଳାଙ୍କ ବସ୍ତ୍ରରେ ବାଏ ୱାନ ଗେଟ ୱାନ ଅଫର, ୩ପିସ କଣ୍ଟେନର ସେଟ, ରୁମାଲ, ସକ୍ସ, ଡିଓ ଇତ୍ୟାଦି ରହିଛି । ଏହି ଷ୍ଟୋରର ଶୁଭାରମ୍ଭ ସହିତ ବାଜାର କୋଲକାତାର ଏହା ହେଉଛି ୬୪ତମ ଷ୍ଟୋର ଯାହା ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଡିଜାଇନ ଏବଂ କଲେକସନର ଅଫର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ।


Share It

Comments are closed.