ପୁଣି ଥରେ ବାପା ହେବେ କରିସ୍ମାଙ୍କ ପୂର୍ବତନ ସ୍ୱାମୀ


ବଲିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଂଞ୍ଜୟ କପୁର ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ତ୍ରୀ ପ୍ରିୟା ସଚଦେବ ଗର୍ଭବତୀ ଅଛନ୍ତି ଏବଂ ସେ ଅଳ୍ପ ଦିନ ମଧ୍ୟରେ ନିଜର ଆଗାମୀ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି । ପ୍ରକାଶ ଥାଉକି, ସଞ୍ଜୟ ଏବଂ ପ୍ରିୟ ଗତ ବର୍ଷ ପରସ୍ପରକୁ ବିବାହ କରିଥିଲେ । ସଞ୍ଜୟଙ୍କ ଏହା ତୃତୀୟ ବିବାହ ହୋଇଥିବାବେଳେ ପ୍ରିୟାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ ।
ସଞ୍ଜୟ ଏବଂ କରିସ୍ମାଙ୍କର ପୂର୍ବରୁ ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ପ୍ରିୟା ସଞ୍ଜୟଙ୍କୁ ଦ୍ୱିତୀୟ ବିବାହ କରିବା ପୂର୍ବରୁ ତାଙ୍କର ମଧ୍ୟ ଏକ କନ୍ୟା ସନ୍ତାନ ଅଛି, ଯାହାର ନାମ ହେଉଛି ସଫିରା । ସଞ୍ଜୟ ଏବଂ କରିଶ୍ମାଙ୍କ ସଂପର୍କ ଭାଙ୍ଗିବାର ମୁଖ୍ୟ କାରଣ ହେଲେ ପ୍ରିୟା ।
ପ୍ରକାଶ ଥାଉକି ଉଭୟଙ୍କ ମଧ୍ୟରେ ସଂପର୍କ ବିଛିନ୍ନ ହେବା ପରେ କରିଶ୍ମା ସଞ୍ଜୟଙ୍କ ଉପରେ ଧୋକା ଦେଇଥିବାର ଅଭିଯୋଗ ଲଗାଇଥିବାବେଳେ ଏହାର ଜବାବରେ, କରିଶ୍ମା କେବଳ ମୋତେ ଟଙ୍କା ପାଇଁ ବିବାହ କରିଥିଲେ ବୋଲି ସଞ୍ଜୟ କହିଛନ୍ତି ।
ସଞ୍ଜୟ ଏବଂ ପ୍ରିୟାଙ୍କ ପ୍ରଥମ ସାକ୍ଷାତ ନ୍ୟୁୟର୍କରେ ହୋଇଥିଲା । ଏହା ପରେ ପରସ୍ପର ନିକଟତ୍ତର ହେବାରେ ଲାଗିଥିଲେ । ୫ ବର୍ଷରୁ ଅଧିକ ସମୟ ଯାଏଁ ପରସ୍ପରକୁ ଡେଟ କରିବା ପରେ ଉଭୟ ବିବାହ କରିଥିଲେ । ପ୍ରିୟା ସଚଦେବ ହେଉଛନ୍ତି ହୋଟେଲ ମାଲିକ ବିକ୍ରମ ଚଟୱାଲଙ୍କ ପୂର୍ବତ୍ତନ ସ୍ତ୍ରୀ ।

୪୧ ବର୍ଷିୟା ପ୍ରିୟା ଏକାଧାରରେ ଜଣେ ଅଭିନେତ୍ରୀ, ଗାୟିକା ଏବଂ ମଡେଲ ଅଟନ୍ତି । ସେ ପୂର୍ବରୁ ଛୋଟ ପରଦାରେ ଅନେକ ଥର କାମ କରି ସାରିଥିବାବେଳେ ୟଶ ଚୋପଡାଙ୍କ ଫିଲ୍ମ “ନିଲ ଏବଂ ନିକି”ରେ ମଧ୍ୟ କରିସାରିଛନ୍ତି । ପ୍ରିୟା ନିଜର ପାଠପଢା ସାରିବା ପରେ ନ୍ୟୁୟର୍କରେ ବଡ ହୋଟେଲ ବ୍ୟବସାୟୀ ବିକ୍ରମ ଚେଟୱାଲଙ୍କୁ ବିବାହ କରିଥିଲେ କିନ୍ତୁ ଉଭୟଙ୍କ ବିବାହିତ ଜୀବନ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା ।
ସେହିଭଳି ସଞ୍ଜୟଙ୍କ ପ୍ରଥମ ବିବାହ ଡିଜାଇନର ନନ୍ଧିତା ମହତାନୀଙ୍କ ସହ ହୋଇଥିଲା । ଏହା ପରେ ନନ୍ଧିତାଙ୍କ ଠାରୁ ଛାଡ ପତ୍ର ନେବାର ୧୦ ଦିନ ପରେ ସେ କରିଶ୍ମାଙ୍କୁ ବିବାହ କରିଥିଲେ । ୨୦୦୩ରେ ସଞ୍ଜୟ କରିଶ୍ମାଙ୍କୁ ବିବାହ କରିଥିବାବେଳେ ୨୦୧୬ରେ ତାଙ୍କୁ ଛାଡପତ୍ର ଦେଇଥିଲେ । କରିଶ୍ମା ତାଙ୍କର ଦୁଇ କନ୍ୟା ସନ୍ତାନ ସମିରା ଏବଂ କିୟାନଙ୍କୁ ନିଜ ପାଖରେ ରଖିଥିବାବେଳେ କୋର୍ଟ ସଞ୍ଜୟଙ୍କୁ ପିଲାଙ୍କ ଭରଣପୋଷଣ ପାଇଁ ଆଦେଶ ଦେଇଛିନ୍ତି ।


Share It

Comments are closed.