ଏହିସବୁ ସ୍ବପ୍ନ ଦେଖୁଛନ୍ତି କି ଆପଣ ? ଦେଇଥାଏ ଶୀଘ୍ର ବିବାହର ସଙ୍କେତ


ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ଓ ଦାମ୍ପତ୍ୟ ଜୀବନ ସୁଖମୟ ହେଲେ ଜୀବନ ହସଖୁସିରେ ବିତି ଯାଇଥାଏ। ସେଭଳି ବିବାହରେ ବିଳମ୍ବ ହେଲେ ଅନେକ ଯୁବକ-ଯୁବତୀଙ୍କ ସହ ପରିଜନ ମଧ୍ୟ ବ୍ୟସ୍ତ ହୋଇଥାଆନ୍ତି। ତେବେ ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ,ଏଭଳି କେତେକ ଶୁଭ ସ୍ୱପ୍ନ ରହିଛି, ଯାହା ଶୀଘ୍ର ବିବାହ ହେବାର ଶୁଭ ସଙ୍କେତ ଦେଇଥାଏ। ଅବିବାହିତ ଯୁବକ-ଯୁବତୀ ଏହି ସ୍ୱପ୍ନ ଦେଖୁଥିଲେ ଜାଣନ୍ତୁ ଏହାର ଅର୍ଥ..

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯେକୌଣସି ଅବିବାହିତ ଯୁବକ-ଯୁବତୀ ସ୍ୱପ୍ନରେ ମହୁ ଦେଖିଲେ କିମ୍ବା ନିଜେ ମହୁ ଖାଉଥିବା ଦେଖିଲେ ଏହାର ଅର୍ଥ ଶୀଘ୍ର ଆପଣଙ୍କର ବିବାହ ହେବ।

ସ୍ୱପ୍ନରେ ନିଜେ ନାଚୁଥିବା ଦେଖିଲେ ଏହାର ଅର୍ଥ ଆପଣଙ୍କ ଜୀବନରେ ଶୀଘ୍ର ହସଖୁସିର ବାତାବରଣ ଆସିବା ସହ ଶୀଘ୍ର ବିବାହର ସଙ୍କେତ ଦେଇଥାଏ। ବିବାହିତ ଲୋକେ ଏହି ସ୍ୱପ୍ନ ଦେଖିଲେ ଏହାର ଅର୍ଥ ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହେବ।

ସ୍ୱପ୍ନରେ ନିଜକୁ ମେଳାରେ ବୁଲୁଥିବା ଦେଖିଲେ ଏହାକୁ ମଧ୍ୟ ଖୁବ ଶୁଭ ସଙ୍କେତ କୁହାଯାଏ। ଏହାର ଅର୍ଥ ଖୁବ ଶୀଘ୍ର ନିଜ ମନପସନ୍ଦର ସାଥୀଙ୍କ ସହ ବିବାହ ହେବ।

ସ୍ୱପ୍ନରେ ମୟୁର ପୁଚ୍ଛ ଖୋଲି ନାଚୁଥିବା ଦେଖିଲେ ଏହାକୁ ଶୁଭ ସଙ୍କେତ କୁହାଯାଏ। ଏହି ସ୍ୱପ୍ନର ଅର୍ଥ ଆପଣଙ୍କ ବିବାହରେ ଥିବା ସମସ୍ତ ସମସ୍ୟା ଦୂର ହୋଇ ଖୁବ୍‌‌ ଶୀଘ୍ର ଆପଣଙ୍କ ବିବାହ ହେବ।


Share It

Comments are closed.