ବଜାରରେ ବିକ୍ରି ହୁଏ ନକଲି କେଶର : ଜାଣନ୍ତୁ କିଭଳି କରିବେ ଅସଲି ଏବଂ ନକଲି ଭିତରେ ଫରକ


କାଶ୍ମୀର ଜଳବାୟୁ କେଶର ଚାଷ ପାଇଁ ପ୍ରକୃଷ୍ଟ । ସେଠି ରହୁଥିବା ଅଧିକାଂଶ ଚାଷୀ ପରିବାର ଏଇ କେଶର ଚାଷ କରି ରୋଜଗାର କରୁଛନ୍ତି । କେଶର ଚାହିଦା କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଦେଶରେ ବି ବଢ଼ୁଛି । ବିକ୍ରି ବଢ଼ିବା ପରେ ଧୀରେଧୀରେ ବଜାରରେ ନକଲି କେଶର କାୟା ବିସ୍ତାର କଲାଣି । ନକଲି କେଶରକୁ ଚିହ୍ନିବେ କେମିତି । କେତୋଟି ସରଳ ଉପାୟ ଜାଣିରଖନ୍ତୁ ।

ଅତିରିକ୍ତ ଥଣ୍ଡା ଜଳବାୟୁରେ ଚାଷ ହେଉଥିବା କେଶର ଗରମ ଜାଗାରେ ନଷ୍ଟ ହୁଏ । ରୋଷେଇ ଘରେ ଚୁଲା ପାଖରେ କେଶର ଗୋଟିଏ ଦୁଇଟି ନେଇ ରଖନ୍ତୁ । ତାହା ଠିକ୍ ସେଇପରି ରହିଲେ ଜାଣିବେ ଯେ ଏହା ନକଲି କେଶର ।

କେଶର ପାଣି କିମ୍ବା ଖିରରେ ସମ୍ପୂର୍ଣ୍ଣ ଭାବେ ମିଳାଏନି । ହଳଦିଆ ରଙ୍ଗ ସାମାନ୍ୟ ଛାଡ଼ିବା ପରେ ସୂତା ଭଳି ଦେଖାଯାଉଥିବା କେଶର ସେମିତି ରହେ । ନକଲି କେଶର କିନ୍ତୁ ପାଣି/ଖିରରେ ପୂରା ମିଳାଇଯାଏ ।

କେଶର ସ୍ବାଦ ହାଲକା ମିଠା । ଦୋକାନରେ କିଣିବାବେଳେ ଗୋଟିଏ ସୂତା କେଶର ପାଟିରେ ପକାନ୍ତୁ । ବେଶୀ କଡ଼ା ଲାଗିଲେ ଜାଣିବେ ଯେ ଅସଲ କେଶର। ନକଲି କେଶରକୁ ପାଟିରେ ପକାଇଲେ ତାହା ଚିନି ପରି ମିଠା ଲାଗେ ।


Share It

Comments are closed.