ବେକାବୁ ହେଉଛି କରୋନା, ରାଜ୍ୟରେ ପୁଣି ୪୯୫ ଆକ୍ରାନ୍ତ ଚିହ୍ନଟ


ସ୍ଥିତି ଭୟଙ୍କର । ଆକଳନ, ଆଶଙ୍କାଠାରୁ ବଡ଼ ଡିଆଁ ମାରିଛି କରୋନା । ଛାତି ଥରାଇ ଦେଇଛି ଆଜିର ରିପୋର୍ଟ । ଗୋଟିଏ ଦିନରେ ଓଡ଼ିଶାରୁ ୪୯୫ କରୋନା ପଜିଟିଭ୍‌ ବାହାରିଛନ୍ତି । କରୋନାର ଏଭଳି କରାଳ ରୂପ ଦେଖି ସାରା ରାଜ୍ୟ ଆତଙ୍କିତ । ଉପକୂଳରୁ ଆଭ୍ୟନ୍ତରୀଣ, ସହରରୁ ଗାଁ ସବୁଠି ମାଳମାଳ ପଜିଟିଭ୍‌ ବାହାରିଛନ୍ତ। ୩୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ସୂଚନା ମୁତାବିକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୬୦୧ ଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୮୫୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


Share It

Comments are closed.