୧୦୧ ବୟସରେ କରୋନାକୁ ମାତ ଦେଇ ଘରକୁ ଫେରିଲେ ମିଷ୍ଟର ‘ଫି’


ଭାରତୀୟ ଦଳର ଅଫ ସ୍ପିନର ରବିଚନ୍ଦ୍ର ଅଶ୍ୱିନୀ ୧୦୧ ବର୍ଷିୟ ଜଣେ ବୟସ୍କ ବ୍ୟକ୍ତିଙ୍କ ସଂପର୍କରେ କହିଛନ୍ତି ଯିଏକି ବର୍ତ୍ତମାନ ମାନବ ଜାତି ପାଇଁ ଏକ ବଡ ଆଶା ଭାବେ କରୋନା ଭାଇରସକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉକ୍ତ ବୟସ୍କ ବ୍ୟକ୍ତି ଜଣକ ଇଟଲୀର ଅଟନ୍ତି । ଇଟାଲୀ ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ବୟସ୍କ ବ୍ୟକ୍ତି ନାମ ‘ଫି’ ଦିଆଯିବା ସହ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅଶ୍ୱନୀ ଏହି ସଂପର୍କରେ ଟ୍ୱିଟ କରି ଲେଖିଛନ୍ତି ଯେ, “ଏହି ଅବସ୍ଥାରେ ଜଟିଳ ପରିସ୍ଥିତିରେ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତି ମାନବ ସମାଜ ପାଇଁ ବଡ ଆଶା ଅଟନ୍ତି । ” ମିଳିଥିବା ସୂଚନା ମୁତାବକ ଫି ୧୯୧୯ରେ ଜନ୍ମ ହୋଇଥିବାବେଳେ ସେ ଯେବେ ଠାରୁ ଏହି ଭୟଙ୍କର ସଂକ୍ରମଣରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି ସେବେଠାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ପ୍ରକାଶ ଥାଉକି, ଚାଇନା ପରେ ଇଟାଲୀ ବର୍ତ୍ତମାନ କରୋନା ଭାଇରସର ମୁଖ୍ୟ କେନ୍ଦ୍ରସ୍ଥଳୀ ପାଲଟିଥିବାବେଳେ ସେଠାରେ ସମୟ ବିତିବା ସହ ଦିନକୁ ଦିନ ମୃତ୍ୟୁର ହାର ମଧ୍ୟ ବାଢିବାରେ ଲାଗିଛି । ଏହି ମହାମାରୀରେ ଯଦି ସବୁଠାରୁ ଅଧିକ କ୍ଷୟକ୍ଷତି କେଉଁ ଦେଶରେ ହୋଇଥାଏ, ତେବେ ତାହା ଇଟାଲୀ ଅଟେ । ୟରୋପର ଏହି ଦେଶରେ ବର୍ତ୍ତମାନ ସୁଧା୮ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି ।
ଇଟାଲୀ ପରେ ଆମେରିକାର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୬ ଲକ୍ଷ ପାଖାପାଖି ସଂକ୍ରମିତ ହୋଇସାରିଲେଣି । ଯଦି ଭାରତ କଥା କହିବା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୭୫ ନୂଆ ମାମଲା ସାମନାକୁ ଆସିଛି ।


Share It

Comments are closed.