ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରି ନିଜର ନିବେଶକୁ ସୁରକ୍ଷିତ ଭାବରେ ବୃଦ୍ଧି କରନ୍ତୁ


ଭୁବନେଶ୍ୱର: ଚଳିତ ଜୁନ ୨ରୁ ୪ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି(ଏମସିିପି) କ୍ରମାଗତ ଷଷ୍ଠଥର ରେପୋ ରେଟକୁ ଅପରିବର୍ତିତ ରଖିବାର ନିଷ୍ପତି ନେଇଛି । ଜୁନ ୮ରେ ରେପୋ ରେଟ ଓ ରିଭର୍ସ ରେପୋ ରେଟ ଯଥାକ୍ରମେ ୪% ଏବଂ ୩.୩୫%ରେ ଅପରିବର୍ତିତ ରହିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ସଂଚୟର ମହତ୍ୱ ଉପରେ ଗୁରୁତ୍ୱ ବୃଦ୍ଧି ପାଇଛି । ରେପୋ ହାର ଅପରିବର୍ତିତ ରହିବା ଦ୍ୱାରା ମୁଦ୍ରାସ୍ଫିତି ନିୟନ୍ତ୍ରଣ ମଧ୍ୟରେ ରହିପାରିବ ଏବଂ ଏମସିପି ୪%ର ଟାର୍ଗେଟ ରହିବ । ଅତିରିକ୍ତ ଭାବରେ, ବର୍ତମାନର ଦୁର୍ବଳ ଅର୍ଥନୈତିକ ପରିସ୍ଥିତି କ୍ଷେତ୍ରରେ ଏହି ପଦକ୍ଷେପଗୁଡ଼ିକ ବଜାରରେ ଲିକ୍ୟୁଡିଟି ପ୍ରଦାନରେ ସାହାଯ୍ୟ କରିବ ।
ଏହି ଘୋଷଣା ସହିତ, ଜମା ହାର ହ୍ରାସ ହୋଇପାରେ , ଯେଉଁଥିପାଇଁ ନିବେଶକମାନେ ସେମାନଙ୍କ ସଂଚୟ ବୃଦ୍ଧି ପାଇଁ ଅଧିକ ଏଫଡିରେ ନିବେଶ କରିବାର ଆବଶ୍ୟକ ଅଟେ । ଏହି ସମୟରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡି ଏକ ପସନ୍ଦଯୋଗ୍ୟ ନିବେଶ ବିକଳ୍ପ ହୋଇପାରେ ଯାହା ସର୍ବୋଚ୍ଚ ସୁରକ୍ଷା ସହିତ ଆକର୍ଷଣୀୟ ରିଟର୍ଣ୍ଣ ପ୍ରଦାନ କରିଥାଏ । ବଜାଜ ଫାଇନାନ୍ସ ଅନଲାଇନ ଏଫଡି ନିବେଶର ପ୍ରଣାଳୀ ନିର୍ବିଶେଷରେ ଏହାର ବରିଷ୍ଠ ନାଗରିକମାନଙ୍କୁ ୬.୭୫% ପର୍ଯ୍ୟନ୍ତ ଆକର୍ଷଣୀୟ ସୁଧହାର ପ୍ରଦାନ କରିଥାଏ । ଏହା ସହିତ ଅଣ ବରିଷ୍ଠ ନାଗରିକମାନଙ୍କୁ ଅନଲାଇନରେ ନିବେଶ କ୍ଷେତ୍ରରେ ୬.୬୦% ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରାଯାଉଛି । ଏହି ସୁଧହାର ପୋଷ୍ଟ ଅଫିସ ଓ ବ୍ୟାଙ୍କ ଏଫଡି ତୂଳନାରେ ପ୍ରାୟତଃ ଅଧିକ । କମ୍ପାଉଣ୍ଡିର ପ୍ରଭାବ କାରଣରୁ ଅଧିକ ଅବଧିରେ ଅଧିକ ରିଟର୍ଣ୍ଣ ମିଳିଥାଏ । ଜଣେ ନିବେଶକ ଚାହିଁଲେ ଅଣ-କ୍ୟୁମୁଲେଟିଭ ଏଫଡିରେ ନିବେଶ କରି ସମାନ ପରିମାଣରେ ନିୟମିତ ବ୍ୟବଧାନରେ ନିଜ ପସନ୍ଦର ଅବଧି ମୁତାବକ ମଧ୍ୟ ପଇଠ କରିପାରିବେ । ସେମାନେ ପେଆଉଟକୁ ମାସିକ, ତ୍ରୟମାସିକ, ଅର୍ଦ୍ଧ ବାର୍ଷିକ, ବାର୍ଷିକ ବା ପରିପକ୍ୱତା କ୍ଷେତ୍ରରେ ପ୍ରାପ୍ତ କରିବାର ବିକଳ୍ପ ବାଛି ପାରିବେ ।
ଏହା ବରିଷ୍ଠ ନାଗରିକଙ୍କ ପାଇଁ ସହାୟକ, ଯେଉଁମାନେ ସେମାନଙ୍କ ଫଣ୍ଡର ବ୍ୟବହାର କରି ନିଜର ମାସିକ ଖର୍ଚ୍ଚ ତୂଲାଇପାରିବେ । ବଜାଜ ଫାଇନାନ୍ସ ସହିତ ଜଣେ ଚାହିଁଲେ ତାଙ୍କର ଫିକ୍ସ ଜମାରୁ ଜରୁରୀକାଳୀନ କ୍ଷେତ୍ରରେ ଅପରିପକ୍ୱ ଭାବରେ ଉଠାଣ କରିପାରିବେ । ବଜାଜ ଫାଇନାନ୍ସ ଏହାର ଏଫଡି ବିପକ୍ଷରେ ଲୋନ ପ୍ରଦାନ କରୁଛି ଯେଉଁଠାରେ ନିବେଶକ ତାଙ୍କର ନିବେଶିତ ପରିମାଣର ୭୫% ପର୍ଯ୍ୟନ୍ତ ଋଣ ପାଇପାରିବେ । ଏହି ଋଣ କମ କାଗଜ କାମ, ତୁରନ୍ତ ପ୍ରୋସେସିଙ୍ଗ ଏବଂ କୌଣସି ଅତିରିକ୍ତ ଦେୟ ବିନା କରାଯାଇଥାଏ ।
ତେବେ ଏବେ ଜଣେ ନିବେଶକ କଂଟାକ୍ଟଲେସ ଏବଂ ପେପରଲେସ ଅନଲାଇନ ପ୍ରକ୍ରିୟାରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରିପାରିବେ । ଅନଲାଇନରେ ନିବେଶ କରୁଥିବା ନିବେଶକଙ୍କୁ ୦.୧୦%ର ଅତିରିକ୍ତ ସୁବିଧା ପ୍ରଦାନ କରାଯାଇଥାଏ । ଏହି ଫିକ୍ସ ଜମା ମାଧ୍ୟମରେ ନିବେଶ କରି ନିବେଶକ ତାଙ୍କର ଜମାକୁ ସୁରକ୍ଷିତ କରିପାରିବେ । ଏଥିରେ ନିବେଶ କରିବା ସମୟରେ ଆପଣ ସୁନିଶ୍ଚତ ରିଟର୍ଣ୍ଣ ଆଶ୍ୱାସନା ପାଇଥାନ୍ତି, କାରଣ ଏହି ଏଫଡିରେ ରହିଛି କ୍ରିଜିଲର(ଏଫଏଏ) ଓ ଆଇସିଆରଏ ର (ଏମଏଏଏ)ର ସର୍ବାଧିକ ନିରାପତା ରେଟିଂ, ଯାହାକି ଭାରତର ଅଗ୍ରଣୀ କ୍ରେଡିଟ ରେଟିଂ ଏଜେନ୍ସି ଅଟେ । ଏହା ସହିତ ବଜାଜ ଫାଇନାନ୍ସ ହେଉଛି ଏକମାତ୍ର ଏନବିଏଫସି ଯାହାର ୦ ଅଣଦାବୀକୃତ ଜମା ରହିଛି, ଯାହାକି ସଠିକ ସମୟରେ ପେମେଂଟ ଓ ଡିଫଲ୍ଟ ମୁକ୍ତ ଅନୁଭବର ଆଉ ଏକ ପ୍ରମାଣ । ବଜାର ଅସ୍ଥିରତାକୁ ବିବେଚନା କରି ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରନ୍ତୁ ଓ ନିଜର ନିବେଶକୁ ସୁରକ୍ଷିତ ଭାବରେ ବୃଦ୍ଧି କରନ୍ତୁ ।


Share It

Comments are closed.