ଲୁଣ ଅନେକ ପ୍ରକାରର , କିନ୍ତୁ କେଉଁ ପ୍ରକାର ଲୁଣ ଆପଣଙ୍କ ପାଇଁ ଲାଭଦାୟକ ଜାଣନ୍ତୁ


ଲୁଣ ବିନା ଖାଦ୍ୟର ସ୍ବାଦକୁ କଳ୍ପନା ମଧ୍ୟ କରାଯାଇପାରିବନାହିଁ। କେତେକ ଲୋକ କମ୍ ଲୁଣ ଖାଇବା ପସନ୍ଦ କରୁଥିବାବେଳେ କେତେକ ଲୁଣ ଅଧିକ ଲୁଣ ଖାଇଥାନ୍ତି। ଲୁଣ ସୋଡିୟମର ଏକ ଭଲ ଉତ୍ସ ଭାବେ କାମ କରିଥାଏ। ସୋଡିୟମ୍ ଖାଦ୍ୟକୁ ଭଲଭାବେ ପାଚନ କରିବା ସହ ଆମ ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କିନ୍ତୁ ଯଦି ଶରୀରରେ ସୋଡିୟମର ମାତ୍ରା ଅଧିକ ହୋଇଥାଏ ତେବେ ଏହା ଶରୀର ପକ୍ଷେ ହାନିକାରକ ହୋଇଥାଏ। ଲୁଣ ଗୋଟିଏ ପ୍ରକାରର ନୁହେଁ ୫ପ୍ରକାରର ହୋଇଥାଏ ଏବଂ କେଉଁ ପ୍ରକାର ଲୁଣ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଆସନ୍ତୁ ଜାଣିବା।

୧.ସାଧା ଲୁଣ: ଏହି ଲୁଣରେ ସୋଡିୟମର ମାତ୍ରା ସବୁଠୁ ଅଧିକ ହୋଇଥାଏ। ସାଧା ଲୁଣରେ ଆୟୋଡିନର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଥିବାରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଯଦି ଏହି ଲୁଣକୁ ସୀମିତ ପରିମାଣରେ ଖାଇବା ତେବେ ଏହା ଆମ ଶରୀର ପକ୍ଷେ ହିତକାରକ ହୋଇଥାଏ କିନ୍ତୁ ଏହା ଅଧିକ ମାତ୍ରାରେ ଖାଇଲେ ଏହା ଆମ ହାଡ଼ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଯାହା ଦ୍ବାରା ଆମ ହାଡ଼ ଦୁର୍ବଳ ହୋଇଯାଇଥାଏ।

୨.ସୈନ୍ଧବ ଲବଣ : ଏହି ଲୁଣକୁ ରକ୍ ସଲ୍ଟ ବା ବ୍ରତ ଲୁଣ ଭାବରେ ମଧ୍ୟ ଜଣାଯାଇଥାଏ। ଏହି ଲୁଣ ରିଫାଇନ୍ ବିନା ପ୍ରସ୍ତୁତ କରାଯାଏ। ସୈନ୍ଧବ ଲବଣରେ କ୍ୟାଲସିୟମ୍,ପୋଟାସିୟମ୍,ମାଗ୍ନେସିୟମ୍ ର ମାତ୍ରା ସାଧାଲୁଣଠାରୁ ଅଧିକ ପରିମାଣରେ ଥାଏ। ଏହା ଆମ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

୩.କଳା ଲୁଣ: କଳା ଲୁଣ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ,ବଦହଜମୀ,ପେଟ ବ୍ୟଥା,ମୁଣ୍ଡ ବୁଲାଇବା,ବାନ୍ତି ମାଡ଼ିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ଏହା ଆମ ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଗ୍ରୀଷ୍ମ ଋତୁରେ ଡାକ୍ତର ଲେମ୍ବୁ ପାଣିରେ କଳା ଲୁଣ ମିଶାଇ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। କଳା ଲୁଣ ଖାଇବା ଆମ ଶରୀର ପକ୍ଷେ ହିତକାରକ ହୋଇଥିଲେ ମଧ୍ୟ ଏହା ଅଧିକ ମାତ୍ରାରେ ଖାଇବା ଦ୍ବାରା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ କାରଣ ଏଥିରେ ଫ୍ଲୁରାଇଡ ଅଧିକ ମାତ୍ରାରେ ରହିଥାଏ।

୪.କମ୍ ସୋଡିୟମ୍ ଥିବା ଲୁଣ: ଏହି ଲୁଣ ବଜାରରେ ପୋଟାସିୟମ୍ ଲୁଣ ଭାବରେ ଜଣାଯାଇଥାଏ। ସାଧାଲୁଣ ଭଳି ଏଥିରେ ମଧ୍ୟ ପୋଟାସିୟମ୍ ଫ୍ଲୋରାଇଡ ଏବଂ ସୋଡିୟମ୍ ରହିଥାଏ। ଯେଉଁମାନଙ୍କୁ ରକ୍ତଚାପର ସମସ୍ୟା ଥାଏ ସେମାନଙ୍କ ପାଇଁ କମ୍ ସୋଡିୟମ୍ ଥିବା ଲୁଣ ଖାଇବା ଉଚିତ୍। ଏହା ବ୍ୟତୀତ ମଧୁମେହ ରୋଗୀ ଏବଂ ହୃଦ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।

୫.ସାମୁଦ୍ରିକ ବା ଗୋଟା ଲୁଣ: ଏହି ଲୁଣକୁ ବାଷ୍ପୀକରଣ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଏହା ସାଧାଲୁଣ ଭଳି ଲୁଣିଆ ହୋଇଥାଏ। ପେଟ ଫୁଲିବା, ଅବସାଦ,ଫୁଲା ରୋଗ,ବାୟୁ ରୋଗ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥିଲେ ଏହି ଲୁଣ ଖାଇବାକୁ ପରାମର୍ଶ ଦିଆଯାଏ।


Share It

Comments are closed.