ଏମ୍ସର ଗବେଷଣାରେ ଚାଞ୍ଚଲ୍ୟକର ଖୁଲାସା, କରୋନାରେ ବୟସ୍କଙ୍କ ଅପେକ୍ଷା ଯୁବବର୍ଗଙ୍କ ଅଧିକ ଘଟିଛି ମୃତ୍ୟୁ


କରୋନା କାରଣରୁ, ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିବା ବୃଦ୍ଧଙ୍କ ଅପେକ୍ଷା ୫୦ ବର୍ଷରୁ କମ୍ ବୟସ୍କ ରୋଗୀଙ୍କର ଅଧିକ ମୃତ୍ୟୁ ହୋଇଛି। ଏମ୍ସର ଅଧ୍ୟୟନରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମାନକୁ ଆସିଛି। ଦେଖିବାକୁ ମିଳିଛି। ଏମ୍ସର ର ICU ରେ ୨୪୭ ମୃତ୍ୟୁ ଘଟିଥିଲା, ଯେଉଁଥିରେ ୪୨.୧% ମୃତକଙ୍କ ବୟସ ୧୮ ରୁ ୫୦ ବର୍ଷ ଭିତରେ ଜଣାପଡିଛି। ଆଇସିୟୁରେ ମୃତ ୯୪.୭୪ ପର୍ସେଣ୍ଟରେ ଏକରୁ ଅଧିକ କୋମର୍ବିଡିଟିଜ୍ ମିଳିଥିଲା। କେବଳ ୫% ଏଭଳି ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କର କୌଣସି କୋମର୍ବିଡିଟିଜ୍ ନଥିଲା। ଏହା କୋଭିଡର ପ୍ରଥମ ଫେଜ୍ ଷ୍ଟଡି ଅଟେ, ଯେଉଁଥିରେ ୫୦ ବର୍ଷରୁ କମ୍ ବୟସର ଲୋକଙ୍କର ମୃତ୍ୟୁ ସଂଖ୍ୟା ବୟସ୍କଙ୍କଠାରୁ ଅଧିକ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାର ଏକ ବଡ କାରଣ ହେଉଛି ୫୦ ବର୍ଷରୁ କମ୍ ବୟସରୁ କମ୍ ବୟସର ଲୋକ କୌଣସି ନା କୌଣସି କୋମର୍ବିଡିଟିଜ୍(comorbidities)।

ଏମ୍ଦର ଏହି ଷ୍ଟଡି ୪ ଅପ୍ରେଲରୁ ନେଇ ୨୪ ଜୁଲାଇ ଭିତରେ କରାଯାଇଥିଲା। ମୋଟ ୬୫୪ ଜଣ ରୋଗୀଙ୍କୁ ଆଇସିୟୁରେ ଆଡମିଟ କରାଯାଇଥିଲା। ଯାହାଭିତରେ ୨୨୭ ଅର୍ଥାତ ୩୭.୭% ରୋଗୀଙ୍କର ମୃତ୍ୟୁ ହୋଇଛି। ଷ୍ଟଡିରେ ୬୫% ପୁରୁଣ ଥିଲେ, ମୃତକଙ୍କ ବୟସ ୫୬ ବର୍ଷ ଥିଲା, କିନ୍ତୁ ସବୁଠାରୁ କମ୍ ୧୮ ବର୍ଷ ବୟସର ମୃତ୍ୟୁ ହୋଇଥିଲା ଓ ସବୁଠାରୁ ଅଧିକ ୯୭ ବର୍ଷର ଥିଲେ। ଏ ବିଷୟରେ ଏମ୍ସ ଟ୍ରାମା ସେଣ୍ଟର ଚିଫ୍ ଡାକ୍ତର ରାଜେଶ ମାଲହୋତ୍ରା କହିଛନ୍ତି, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୫୦ ବର୍ଷରୁ କମ୍ ବୟସ୍କ ଲୋକଙ୍କର ମୃତ୍ୟୁ ଅଧିକ ହୋଇଛି। ଷ୍ଟଡିରେ ଆମେ ଦେଖିବାକୁ ପାଇଛୁ ଯେ, ୪୨.୧%ଙ୍କ ବୟସ ୫୦ ବର୍ଷରୁ କମ୍ ରହିଛି। ସେଭଳି ୫୧ ରୁ ୬୫ ବର୍ଷ ଭିତରେ ଏହା ୪୩.୮% ଓ ୬୫ ବର୍ଷ ଉପରେ ତାହା ୨୩.୧ % ରହିଛି।


Share It

Comments are closed.