ରକ୍ତଚାପ ଏବଂ ଶୁଖିଲା କାଶକୁ ଦୂର କରେ ହେଙ୍ଗୁ, ଜାଣନ୍ତୁ ଏହାର ଉପକାରିତା


ଓଡିଶାରେ ହେଙ୍ଗୁର ବହୁ ଆଦର ରହିଛି । ପୁରୀର ବାଡିଆ ଡାଲେମାରେ ହେଙ୍ଗୁର ବହୁଳ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅଦା ହେଙ୍ଗୁ ଖେଚେଡିର ସ୍ୱାଦ ନିଆରା ଭାରତୀୟ ଭୋଜନରେ ବିଭିନ୍ନ ପ୍ରକାରର ମସଲାର ବ୍ୟବହାର ହୋଇଥାଏ ।

ଆଉ ଏହି ମସଲା କେବଳ ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ । ଏମିତି ଏକ ମସଲା ହେଉଛି ହିଙ୍ଗୁ । ଯଦି ଆପଣ ହିଙ୍ଗୁର ବ୍ୟବହାର କରୁ ନଥାନ୍ତି, ତେବେ ଏହାକୁ ପଢିବା ପରେ ନିଶ୍ଚୟ ବ୍ୟବହାର କରିବେ ।

ନ୍ୟୁଟ୍ରିସନିଷ୍ଟଙ୍କ କହିବା ଅନୁସାରେ ହିଙ୍ଗୁରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ତେଣୁ ଏହାକୁ ନିୟମିତ ଭୋଜନରେ ସାମିଲ୍‌ କରିବା ଖୁବ୍‌ ଜରୁରି ।

ପୋଷକ ତତ୍ତ୍ୱ
• ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ।
• ଏହା ହଜମ ପ୍ରକ୍ରିୟା ବଢାଏ ।
• ଏହା ଆଣ୍ଟି ଡାଇବେଟିକ୍‌ ମଧ୍ୟ ।
• ହିଙ୍ଗୁ ଆଣ୍ଟି-ଅକ୍ସିଡେଣ୍ଟରେ ଭରା ।.

• କାଶ କମାଏ
ଅଧିକ କାଶ ହେଉଥିଲେ ଗରମ ପାଣିରେ ହିଙ୍ଗୁ ପକାଇ ପିଇପାରିବେ । ତୁରନ୍ତ ଆରାମ ମିଳିବ ।

• ରକ୍ତଚାପକୁ ନିୟନ୍ତ୍ରଣ କରେ

ଯଦି ରକ୍ତଚାପ ଜନିତ ସମସ୍ୟା ରହିଛି, ତେବେ ନିୟମିତ ହିଙ୍ଗୁ ନିଶ୍ଚୟ ଖାଆନ୍ତୁ । ଯଦି ଆପଣ ଅନ୍ୟ କୌଣସି ଜିନିଷରେ ଏହାର ବ୍ୟବହାର ଜାଣି ନାହାନ୍ତି, ତେବେ ଡାଲିରେ ଛୁଙ୍କ ଦେବା ସମୟରେ ଏହାର ବ୍ୟବହାର କରିପାରିବେ । ଏହାର ନିୟମିତ ବ୍ୟବହାର ଦ୍ୱାରା ବଢୁଥିବା ରକ୍ତଚାପ ନିୟନ୍ତ୍ରିତ ହୋଇପାରିବ । କିନ୍ତୁ ଏହାର ବ୍ୟବହାର ସୀମିତ ହେବା ଦରକାର ।

• ପାଚନ ଶକ୍ତି ବଢାଏ

ଏହା ହଜମ ଶକ୍ତି ବଢାଏ । ଯଦି କବ୍ଚ ଓ ପେଟ ଫୁଲିବା ସମସ୍ୟା ଥାଏ, ତେବେ ଖାଦ୍ୟରେ ହିଙ୍ଗୁ ନିଶ୍ଚୟ ସାମିଲ୍‌ କରନ୍ତୁ । ଏହା ପାଚନ ଶକ୍ତି ବଢାଏ । ଠ ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ ଅନେକ ସମୟରେ ସାମାନ୍ୟ କାରଣରୁ ପେଟ ଯନ୍ତ୍ରଣା ହୋଇଥାଏ । ଏହି ସମୟରେ ସାମାନ୍ୟ ହିଙ୍ଗୁ ଖାଇ ନିଅନ୍ତୁ । ଦେଖିବେ ତୁରନ୍ତ ଆରାମ ମିଳିବ । କେବଳ ସେତିକି ନୁହେଁ ଆବଶ୍ୟକ ମାତ୍ରାର ହିଙ୍ଗୁ ବ୍ୟବହାର ଦ୍ୱାରା ମୁଣ୍ଡବିନ୍ଧା ମଧ୍ୟ କମ୍‌ ହୋଇଥାଏ ।


Share It

Comments are closed.