ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲା ୟେଦିୟୁରପ୍ପା


କର୍ଣ୍ଣାଟକ ରାଜନୀତିରେ ହଟଚମଟ। ସେମବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦିୟୁରପ୍ପା। ଏନେଇ ସେ ନିଜେ ସୋମବାର ଘୋଷଣା କରିଛନ୍ତି। ସବୁଠୁ ବଡ଼ କଥା ହେଲା ଆଜିହିଁ କର୍ଣ୍ଣାଟକରେ ବିଜେପି ସରକାରକୁ ୨ ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ଗାଦିରେ ୨ ବର୍ଷ ରହିବା ପରେ ଇସ୍ତଫା ଦେଇଛନ୍ତି ୟେଦିରୁପ୍ପା। ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ? ସେ ନେଇ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା।


Share It

Comments are closed.