ୟୁଟ୍ୟୁବରଙ୍କୁ ୫୦୦ କୋଟିର ମାନହାନୀ ନୋଟିସ ପଠାଇଲେ ଅକ୍ଷୟ କୁମାର, ଏହା ହେଉଛି କାରଣ


ବଲିଉଡ ଅଭିନେତା ଅକ୍ଷୟ କୁମାର ବିହାରର ୟୁଟ୍ୟୁବର ରସିଦ ସିଦ୍ଦିକିଙ୍କ ଉପରେ ୫୦୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରସିଦ ଅକ୍ଷୟ କୁମାରଙ୍କ ନାମ ଉଠାଇଥିବା ଅଭିଯୋଗ ହୋଇଛି। ରସିଦଙ୍କ ଭାଇରାଲ ଭିଡିଓରେ ସେ ଅକ୍ଷୟ କୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ ରିୟା ଚକ୍ରବର୍ତ୍ତୀଙ୍କୁ କାନାଡାକୁ ପଳାଇବାରେ ସାହାଯ୍ୟ କରିଥିଲେ।

କେବଳ ଏତିକି ନୁହେଁ ରଶିଦ ତାଙ୍କ ଭିଡିଓରେ କହିଛନ୍ତି ଯେ ଅକ୍ଷୟ ସୁଶାନ୍ତ ମାମଲା ସମ୍ପର୍କରେ ମୁମ୍ବାଇ ପୋଲିସ ଏବଂ ଆଦିତ୍ୟ ଠାକରେଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏହି ପ୍ରସଙ୍ଗରେ ଅକ୍ଷୟ କୁମାର କୌଣସି ବିବୃତ୍ତି ଦେଇ ନାହାଁନ୍ତି କିମ୍ବା ତାଙ୍କ ନୀକଟରୁ କୌଣସି କୋଟ୍ ମଧ୍ୟ ଆସିନାହିଁ ।

ପ୍ରକାଶଥାଉ ଯେ ଚଳିତ ବର୍ଷ ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରେ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ସେବେଠାରୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷୟରେ ଅନେକ କଥା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଅନେକ ଲୋକ ସମସ୍ତ ପ୍ରକାର ଭିଡିଓ ପ୍ରସ୍ତୁତ କରି ଅପଲୋଡ୍ କରିଥିଲେ।


Share It

Comments are closed.