ଏୟାରଟେଲ୍‌ର ପ୍ଲାଟିନମ୍ ଗ୍ରାହକଙ୍କ ପାଇଁ ପ୍ରାୟୋରିଟି ୪ଜି ନେଟ୍‌ୱର୍କ


ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଂଟିଗ୍ରେଟେଡ୍ ଟେଲିକମ୍ କମ୍ପାନୀ, ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଏହାର ପ୍ଲାଟିନମ୍ ମୋବାଇଲ ଗ୍ରାହକଙ୍କ ପାଇଁ ‘ପ୍ରାୟୋରିଟି ୪ଜି ନେଟ୍‌ୱର୍କ’ର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ଗୁଡିକୁ ନିୟୋଜିତ କରାଯାଇଛି, ଯାହାକି ଏହାର ପ୍ଲାଟିନମ୍ ମୋବାଇଲ ଗ୍ରାହକମାନଙ୍କୁ ନେଟ୍‌ୱର୍କରେ ଅଧିକ ଗୁରୁତ୍ୱ ପ୍ରଦାନ କରିବ । ଯାହାଫଳରେ କମ୍ପାନୀର ସମସ୍ତ ପ୍ଲାଟିନମ୍ ଗ୍ରାହକ ଅଧିକ ଦ୍ରୁତ ୪ଜି ସ୍ପିଡ୍‌ର ଅନୁଭବ ପାଇପାରିବେ । ଏୟାରଟେଲ୍ ଥାଙ୍କ୍‌ସ ପ୍ରୋଗ୍ରାମର ଅଂଶ ଭାବେ ୪୯୯ ଟଙ୍କା ଓ ଏହାଠାରୁ ଅଧିକ ମୂଲ୍ୟର ପ୍ଲାନ୍ ନେଇଥିବା ସମସ୍ତ ପୋଷ୍ଟପେଡ୍ ମୋବାଇଲ ଗ୍ରାହକମାନେ ପ୍ଲାଟିନମ୍ ଗ୍ରାହକ ଭାବେ ବିବେଚିତ ହେବେ ଏବଂ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ଏକ କଷ୍ଟମାଇଜ୍‌ଡ ପ୍ଲାଟିନମ୍ ୟୁଆଇ ସମେତ ସ୍ୱତନ୍ତ୍ର ଲାଭର ଏକ ରେଞ୍ଜ ଉପଭୋଗ କରିପାରିବେ । ଏୟାରଟେଲ୍‌କୁ କ୍ରମାଗତ ଭାବେ ଗ୍ଲୋବାଲ ଏକ୍ସପର୍ଟମାନଙ୍କ ଦ୍ୱାରା ‘ବେଷ୍ଟ ଭିଡିଓ ଏକ୍ସପେରିଏନ୍ସ’ ପ୍ରଦାନ କରୁଥିବା କମ୍ପାନୀର ମାନ୍ୟତା ଦିଆଯାଉଛି ଏବଂ ‘ପ୍ରାୟୋରିଟି ୪ଜି ନେଟ୍‌ୱର୍କ’ର ଲଂଚ୍ ପ୍ଲାଟିନମ୍ ଗ୍ରାହକଙ୍କ ପାଇଁ ଡିଜିଟାଲ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବ । ସମସ୍ତ ଏୟାରଟେଲ୍ ପ୍ଲାଟିନମ୍ ଗ୍ରାହକମାନେ ସମସ୍ତ କଲ୍ ସେଂଟର୍ ଓ ରିଟେଲ୍ ଷ୍ଟୋରଗୁଡିକରେ ଅଗ୍ରାଧିକାର ସେବା ସହିତ ରେଡ୍ କାର୍‌ପେଟ୍ ଗ୍ରାହକ ସେବା ପାଇପାରିବେ । ଏଥିପାଇଁ ସମସ୍ତଏୟାରଟେଲ୍ କଲ୍ ସେଂଟର୍ ଓ ଖୁଚୁରା ଷ୍ଟୋରଗୁଡିକରେ ପ୍ଲାଟିନମ୍ ଗ୍ରାହକଙ୍କୁ ପ୍ରାଥମିକତା ଆଧାରରେ ଆଟେଣ୍ଡ କରିବା ଓ ତାଙ୍କର ଅପେକ୍ଷା ସମୟକୁ ହ୍ରାସ କରିବା ପାଇଁ ସମର୍ପିତ କର୍ମଚାରୀ ରହିଛନ୍ତି ।
ଏସମ୍ପର୍କରେ ଭାରତୀ ଏୟାରଟେଲ୍‌ର ସିଏମ୍‌ଓ, ଶାଶ୍ୱତ ଶର୍ମା କହିଛନ୍ତି, “ଏୟାରଟେଲ୍ ଥ୍ୟାଙ୍କ କାର୍ଯ୍ୟକ୍ରମର ଅଂଶ ଭାବେ ପ୍ଲାଟିନମ୍ ଗ୍ରାହକଙ୍କୁ ଏକ ଭିନ୍ନ ସେବା ଅନୁଭବ ପ୍ରଦାନ କରିବା ପାଇଁ ଏହା ଆମର ଏକ ପ୍ରୟାସ ଏବଂ ଏହା ମାଧ୍ୟମରେ ଆମେ ସେମାନଙ୍କୁ ଫାଷ୍ଟର ୪ଜି ସ୍ପିଡ୍ ଓ ଆମର ୪ଜି ନେଟ୍‌ୱର୍କରେ ଅଧିକ ଗୁରୁତ୍ୱ ସହିତ ଉକ୍ତ ଅତିରିକ୍ତ ସେବା ଅନୁଭୂତି ପ୍ରଦାନ କରିବୁ । ‘ପ୍ରାୟୋରିଟି ୪ଜି ନେଟ୍‌ୱର୍କ’ ଅନୁଭବକୁ ଉପଭୋଗ କରିବା ପାଇଁ ବର୍ତମାନର ଏୟାରଟେଲ୍ ଓ ଅଣ ଏୟାରଟେଲ୍ ଗ୍ରାହକମାନେ ୪୯୯ ଟଙ୍କାର ଏୟାରଟେଲ୍ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକୁ ଅପ୍‌ଗ୍ରେଡ୍ ହୋଇପାରିବେ । ପ୍ଲାଟିନମ୍ କେୟାର୍‌ର ଅଂଶ ଭାବେ ଏୟାରଟେଲ୍ ପକ୍ଷରୁ ଗ୍ରାହକଙ୍କ ଘରକୁ ‘ପ୍ରାୟୋରିଟି ୪ଜି ସିମ୍‌’ର ହୋମ୍ ଡେଲିଭରି କରାଯିବ । ଅଧିକ ସୂଚନା ପାଇଁ www.airtel.in ଭିଜିଟ୍ କରନ୍ତୁ କିମ୍ବା ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍ ଡାଉନ୍‌ଲୋଡ୍ କରନ୍ତୁ । ପ୍ଲାଟିନମ୍ ଅଭିଜ୍ଞତା ଉପରେ ଏୟାରଟେଲ୍‌ର ନୂତନ କ୍ୟାମ୍ପେନ୍ ଭିଡିଓକୁ https://youtu.be/ugV-cXdA_eM ରେ ଦେଖନ୍ତୁ ।


Share It

Comments are closed.