ସୁନା-ହୀରା ଭଳି ଚୋରା ଚାଲାଣ ହେଉଥିଲା ବୁଢିଆଣୀ, ବିମାନବନ୍ଦରରୁ ଉଦ୍ଧାର ହେଲ ୧୧୯ଟି ଜୀବିତ ବୁଢିଆଣୀ


ସୁନା, ଲୁହା, ହିରା, ଡ୍ରଗ୍ସ ଓ ସାପ ଭଳି ବୁଢ଼ିଆଣୀ ଚାଲାଣ ହେଉଥିବା ଏକ ଘଟଣା ଫିଲିପିନ୍ସରୁ ସାମ୍ନାକୁ ଆସିଛି। ବିମାନବନ୍ଦରରୁ ଏକ ପାର୍ସଲ ଜୋତା ଖୋଳ ଭିତରୁ ୧୧୯ଟି ଜୀବିତ ଟରାନଚ୍ୟୁଲା ବୁଢ଼ିଆଣୀ ଜବତ ହୋଇଥିବା ଖବର ମିଳିଛି।
ସୂଚନାଯୋଗ୍ୟ, ନିୟୋନ୍ ଏକ୍ସିନୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଏନଏଆଇଏ)ର ଜଣେ କର୍ମଚାରୀ ପୋଲାଣ୍ଡସରୁ ଆସିଥିବା ଏକ ପାର୍ସଲ ଭିତରେ ଏହି ବୁଢ଼ିଆଣୀଗୁଡ଼ିକୁ ଠାବ କରିଥିଲେ। ବୁଢ଼ିଆଣୀ ଚାଲାଣ ହେଉଥିବା ପାର୍ସଲକୁ ‘ମିଶାଲ୍ କ୍ରୋଲିକି’ ନାମ୍ନୀ ବ୍ୟକ୍ତି ପଠାଇଥିବା ବେଳେ ଏଥିରେ ରିସିଭର୍ ଠିକଣା ଜନରଲ ଟ୍ରାୟସ, କ୍ୟାଭିଟେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥିଲା। ବ୍ୟୁରୋ ଅଫ୍ କଷ୍ଟମ୍ ପକ୍ଷରୁ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର କରାଯାଇଛି। ବିମାନବନ୍ଦରରେ ଜୋତା ଖୋଳ ପାର୍ସଲ ଦେଖି ସନ୍ଦେହ ହେବାରୁ ସୀମା ଶୁଳ୍କ ଅଧିକାରୀ ଏହାକୁ ଖୋଲିଥିଲେ। ପାର୍ସଲ ଖୋଲିବା ପରେ ସେଥିରୁ ଛୋଟ ଛୋଟ ପ୍ଲାଷ୍ଟିଟ୍ ଶିଶିରେ ୧୧୯ଟି ଟାରାନଚ୍ୟୁଲା ବୁଢ଼ିଆଣୀ ଥିବା ଦେଖିବାକୁ ମିଳିଲା। ଏହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୧୯ଟି ଟାରାନଚ୍ୟୁଲା ବୁଢ଼ିଆଣୀ ଶିଶିଗୁଡ଼ିକୁ ଜୋତା ଭିତରେ ଲୁଚାଇ ରଖାଯାଇଥିଲା। ଏହାକୁ ଏପରି ଭାବେ ରଖା ଯାଇଥିଲା କି କେହି ବି ଦେଖିଲେ ଏହା ଭିତରେ ୧୧୯ଟି ଜୀବନ୍ତ ବୁଢ଼ିଆଣୀ ଥିବା ଜାଣି ପାରିବେ ନାହିଁ।


Share It

Comments are closed.