ଭାଲେଣ୍ଟାଇନ ୱିକରେ ସମସ୍ତ ସିଙ୍ଗଲଙ୍କୁ ନେହା ଦେଲେ ଗୁରୁମନ୍ତ୍ର


ବଲିଉଡ ଗାୟିକା ନେହା କକର ତାଙ୍କର ବିନ୍ଦସା ସଙ୍ଗୀତ ପାଇଁ ସେ ଖୁବ ଲୋକପ୍ରିୟ । ନେହା ସଙ୍ଗୀତ ସମେତ ପୂର୍ବରୁ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବ୍ରେକଅଫ ହୋଇଯାଇଛି ।
ଅନ୍ୟ ପଟେ ଦେଖିବାକୁ ଗଲେ ଆଜି ଠାରୁ ଆରମ୍ଭ ହେଉଛି ପ୍ରେମ ସପ୍ତାହ ତଥା ଭାଲେଣ୍ଟାଇନ ୱିକ । ତେବେ ଏହି ଭାଲେଣ୍ଟାଇନ ୱିକ ଆରମ୍ଭ ହେବା ପୂର୍ବରୁ ନେହା ସମସ୍ତ ସିଙ୍ଗଲଙ୍କ ପାଇଁ ଏକ ଗୁରୁମନ୍ତ୍ର ଦେଇଛନ୍ତି । ପ୍ରକାଶ ଥାଉକି ନେହା ଇନଷ୍ଟାରେ ଏକ ଷ୍ଟୋରି ସେୟାର କରିଥିଲେ, ଯେଉଁଥିରେ ସେ ସିଙ୍ଗଲ ହେବାର ଫାଇଦା ସଂପର୍କରେ ଲେଖିଥିଲେ ।
ସେ ଲେଖିଥିଲେ ଯେ, “ସିଙ୍ଗଲ ହେବା ପଛର ସବୁଠାରୁ ଭଲ କଥା ଏହା ଯେ, ସେ ଠିକ ସମୟରେ ଶୋଇ ପାରିବେ । ଏବଂ ଠିକ ସମୟରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ । ଯଦି ଆପଣ ଭାଲେଣ୍ଟାଇନ ୱିକରେ ନିଜକୁ ସିଙ୍ଗଲ ଅନୁଭବ କରୁଛନ୍ତି ତେବେ ଦୁଃଖ ନକରି ଏହି ଫାଇଦାକୁ ଅନୁକରଣ କରନ୍ତୁ । ”
ପ୍ରକାଶ ଥାଉକି ହିମାଂଶ ସହିତ ନେହାଙ୍କ ବ୍ରେକଅଫ ପରେ ନେହା ବହୁତ ଭାଙ୍ଗି ପଡିଥିଲେ । କେବଳ ଏତିକି ନୁହେଁ ତାଙ୍କର ସୋ ‘ଇଣ୍ଡିଆଜ ଗଟ ଟାଲେଣ୍ଟ’ରେ ନେହାଙ୍କୁ କାନ୍ଧୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।


Share It

Comments are closed.