ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବା ପାଇଁ ବ୍ୟାକୁଳ ହେଉଛି ଆପ୍


ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନ ଲାଗି ଆମ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି । ଆପ ଅନୁମାନ କରୁଛି ଯେ, ଆଗାମୀ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଯଦି ଗତ ଥର ଭଳି ଅଲଗା ଅଲଗା ପ୍ରାର୍ଥୀ ଦେବେ ତେବେ କୌଣସି ଗୋଟିଏରୁ ମଧ୍ୟ ଜୟଯୁକ୍ତ ହୋଇପାରିବେ ନାହିଁ ।
କିନ୍ତୁ ସବୁଠାରୁ ମୁଖ୍ୟ କଥା ଏହା ଯେ ରାହୁଲ ବର୍ତ୍ତମାନ ଆପ ସହ ମେଣ୍ଟ କରିବାକୁ ରାଜି ହେଉନଥିବା ଜଣାପଡିଛି । ଏଥିପାଇଁ କେଜ୍ରିୱାଲ ଅନ୍ୟ ବିରୋଧି ଦଳ ନେତା ଯେପରି ମମତା ବାନାର୍ଜୀ, ଶରଦ ପାୱାର ଚନ୍ଦ୍ରବାବୁ ନାଇଡୁଙ୍କ ସହୟତା ଲୋଡିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଏହି ନେତା ମାନେ ଦିଲ୍ଲୀରେ ଆପ ସହ କଂଗ୍ରେସ ମେଣ୍ଟ କରିବା ପାଇଁ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି ।
କେବଳ ଏତିକି ନୁହେଁ ଆପର ବରିଷ୍ଟ ନେତା କଂଗ୍ରେସର ବରିଷ୍ଟ ନେତା ଅହମ୍ମଦ ପଟେଲ ଏବଂ ଗୁଲାମ ନବୀ ଆଜାଦଙ୍କ ସହ ଏହି ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।


Share It

Comments are closed.