ମୃତ୍ୟୁ ହେବାପରେ ମଧ୍ୟ ଆଠ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଯୁବକ


କେରଳରେ ଜଣେ ଯୁବକଙ୍କର ମୃତ୍ୟୁ ପରେ ମଧ୍ୟ ସେ ଆଠ ଜଣଙ୍କ ପାଇଁ ଦେବଦୂତ ପାଲଟିଛନ୍ତି । ୨୭ ବର୍ଷୀୟ ଅନୁଜିତ କିଛି ଦିନ ପୂର୍ବରୁ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଅନୁଜିତଙ୍କ ଅଙ୍ଗ ଦାନ ହେତୁ ୮ ଜଣ ନୂତନ ଜୀବନ ପାଇଛନ୍ତି |

ସୂଚନା ଅନୁଯାୟୀ, ଜୁଲାଇ ୧୪ ରେ କେରଳର କୋଟାର୍କରା ନିକଟରେ ଅନୁଜିତଙ୍କ ବାଇକ୍ ଦୁର୍ଘଟଣା ଘଟିଥିଲା। ଏହା ପରେ ତାଙ୍କୁ ଥିରୁବନନ୍ତପୁରମର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନୁଜିତଙ୍କ ଅଙ୍ଗଦାନ କରିବାର ଇଛା ପୂର୍ବରୁ ହିଁ ଥିଲା । ଏହା ପରେ ଅନୁଜିତଙ୍କ ହାର୍ଟ, କିଡନୀ, କ୍ଷୁଦ୍ର ଅନ୍ତନଳୀ, ଆଖି, ଲିଭର ଏବଂ ହାତ ଦରକାର କରୁଥିବା ରୋଗୀଙ୍କୁ ପ୍ରଦାନ କରାଗଲା |

ମଙ୍ଗଳବାର ଦିନ ଅନୁଜିତଙ୍କ ହାର୍ଟ କୋଚିର ଲିସି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୫୫ ବର୍ଷିୟ ସନ୍ନି ଥୋମାସଙ୍କ ଠାରେ ଟ୍ରାନ୍ସପ୍ଲାଂଟ କରାଯାଇଛି । କେବଳ ଏତିକି ନୁହେଁ, ଯେତେବେଳେ ଅନୁଜିତଙ୍କୁ ୧୭ ବର୍ଷ ହୋଇଥିଲା, ସେ ଭାଙ୍ଗି ଯାଇଥିବା ରେଳ ଟ୍ରାକ୍ ଦେଖିବା ପରେ ନି ଉପସ୍ଥିତ ବୁଦ୍ଧି ଖଟାଇ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲେ ।


Share It

Comments are closed.